Only for Entertainment

ପୁଣିଥରେ ଏକା ସହ ପରଦାକୁ ଫେରିବେ ‘ଦଙ୍ଗଲ ଗର୍ଲ’ ଫାତିମା-ସାନ୍ୟା, ଏହା ହେଉଛି ପ୍ରୋଜେକ୍ଟ

The Asian Age
26

ଦଙ୍ଗଲ ଗର୍ଲ୍ସ ସାନ୍ୟା ମଲହୋତ୍ରା ଏବଂ ଫାତିମା ସନା ଶେଖ ଶୁବ ଶୀଘ୍ର ପୁଣିଥରେ ଏକାସହିତ ପରଦାରେ ନଜର ଆସିବେ । ଲ୍ୟାକ୍ମି ପ୍ୟାଶନ ଉଇକ ୨୦୧୯ରେ ମିଡିଆ ସହିତ ଆଲୋଚନା କରିବା ସମୟରେ ସାନ୍ୟା ରିପୋର୍ଟରମାନଙ୍କୁ କହିଥିଲେ ସେ ଖୁବ୬ ଶୀଘ୍ର ଅନୁରାଗ ବସୁଙ୍କ ଫିଲ୍ମ ପାଇଁ କାମ କରିବା ଆରମ୍ଭ କରିବେ । ଏହା ସହିତ ଏହି ପ୍ରୋଜେକ୍ଟ ପାଇଁ ସେ ଖୁବ ଅକ୍ସାଇଟେଡ ଥିବା ମଧ୍ୟ କହିଥିଲେ । କହିରଖୁଛୁ ଯେ, ଏହା ଏକ ମଲ୍ଟିଷ୍ଟାରର ଡାର୍କ କମିକ ଫିଲ୍ମ ହେବ । ଫିଲ୍ମକୁ ୬ ସେପ୍ଟେମ୍ବରରେ ରିଲିଜ କରିବେ ପାଇଁ ମେକର୍ସ ପ୍ରସ୍ତୁତି କରୁଛନ୍ତି ।

sanya

ଫିଲ୍ମରେ ନାମ ଏପର୍ଯ୍ୟନ୍ତ ନିଣ୍ଣୟ କରାଯାଇନାହିଁ । ଏହି ଫିଲ୍ମର କାହଣୀ ଜୀବନର ଏପରି କ୍ଷତ ଉପରେ ଆଧାରିତ ଯାହାକୁ ଆମେ ଚାହିଁଲେ ବି ଅଣଦେଖା କରିପାରିବେ ନାହିଁ । ସୂଚନା ଅନୁସାରେ ଏହି ଫିଲ୍ମରେ ମେଟ୍ରୋ ସିଟିର ୪ଟି କାହଣୀକୁ ପାରାଲାଲ ଭାବେ ଦର୍ଶାଯିବ ।

ଭୂଷଣ କୁମାରଙ୍କ ପ୍ରଡକ୍ସନରେ ନିର୍ମାଣ ହେବାକୁ ଥିବା ଏହି ଫିଲ୍ମରେ ଅଭିଷେକ ବଚ୍ଚନ, ରାଜକୁମାର ରାଓ, ଫାତିମା ସନା ଶେଖ, ଆଦିତ୍ୟ ରୟ କପୁର ଏବଂ ପଂକଜ ତ୍ରୀପାଠୀଙ୍କ ପରି କଳାକର ମୁଖ୍ୟ ଭୂମିକାରେ ନଜର ଆସିବେ । ସବୁଠାରୁ ବଡ କଥା ଦେଉଠି କି ଦଙ୍ଗଲ ପରେ ଫାତିମା ଏବଂ ସାନ୍ୟା ପୁଣିଥରେ ବଡ ପରଦାରେ ଏକା ସହିତ ନଜର ଆସିବେ । ଆଶା କରାଯାଉଛି ଯେ ପୂର୍ବ ଫିଲ୍ମ ପରି ଏହି ଫିଲ୍ମରେ ବି ଦଙ୍ଗଲ ଗର୍ଲ୍ସ ନିଜ କମାଲ ଦେଖାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More