Only for Entertainment

ହ୍ରିତିକଙ୍କ ସହ ଡାନ୍ସ ଫିଲ୍ମ କରିବା ସ୍ୱପ୍ନ ପୂରା ହେବା ସହ ସମାନ: ସାନ୍ୟା ମଲହୋତ୍ରା !

35

ବଲିଉଡ ଦଙ୍ଗଲ ଗର୍ଲ ସାନ୍ୟା ମଲହୋତ୍ରା କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଏବେ ଖବର ମିଳିଛି ଯେ ସାନ୍ୟା ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ସହ ଡାନ୍ସ ଫିଲ୍ମ କରିବାକୁ ଚାହୁଛନ୍ତି । ଆମୀର ଖାନଙ୍କ ଫିଲ୍ମ ଦଙ୍ଗଲରୁ ବଲିଉଡରେ ଡେବ୍ୟୁ କରିଥିବା ସାନ୍ୟା ମଲହୋତ୍ରା ଶେଷଥର ନବାଜୁଦ୍ଦିନ ସିଦ୍ଦିକି ଷ୍ଟାରର ଫିଲ୍ମ ‘ଫଟୋଗ୍ରାଫ’ରେ ନଜର ଆସିଥିଲେ । ଏବେ ସେ ଅନୁରାଗ ବାସୁଙ୍କ ଫିଲ୍ମରେ ଆଦିତ୍ୟ ରୟ କପୂରଙ୍କ ସହ ନଜର ଆସିବେ । ସାନ୍ୟାଙ୍କୁ ଡାନ୍ସ ଖୁବ ପସନ୍ଦ, ସେ ଅନେକ ସମୟରେ ନିଜ ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥାଆନ୍ତି । ଏବେ ସେ ଡାନ୍ସ ଲଭର୍ସଙ୍କ ମଧ୍ୟରେ ଖୁବ ପପୁଲାର ହୋଇଗଲେଣି ।

ସାନ୍ୟା ମଲହୋତ୍ରା ଡାନ୍ସ ଭିଡିଓ ପୋଷ୍ଟରେ ହ୍ରିତିକ ରୋଶନ ‘ଆଉଟଷ୍ଟାଡିଂ’ କମେଂଟ କରିଥିଲେ ଯିଏ କି ନିଜେ ଜଣେ ଖୁବ ଭଲ ଡାନ୍ସର । ସାନ୍ୟାଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ସେ କୌଣସି ଡାନ୍ସ ଫିଲ୍ମ ହ୍ରିତିକଙ୍କ ସହ କରିବାକୁ ଚାହୁଛନ୍ତି , ତେବେ ଉତ୍ତରରେ ସାନ୍ୟା କହିଥିଲେ ଏହା କୌଣସି ସ୍ୱପ୍ନ ଠାରୁ କମ ନୁହେଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More