Only for Entertainment

‘ଦଙ୍ଗଲ ଗର୍ଲ’ଙ୍କ ହାତରେ ଲାଗିଲା ଆଉ ଏକ ଫିଲ୍ମର ଅଫର, ‘ପଟାଖା’ ପରେ ପରଦାରେ ଦେଖାଇବେ ଜବରଦସ୍ତ ଡ୍ୟାନ୍ସ ।

DNA India
0 22

‘ଦଙ୍ଗଲ ଗାର୍ଲ’ ନାମରେ ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟ ହୋଇଥିବା ବଲିଉଡ ଅଭିନେତ୍ରୀ ସାନ୍ୟା ମଲହୋତ୍ରାଙ୍କ ହାତରେ ଏବେ ଅନେକ ଫିଲ୍ମର ରହିଛି । ନିକଟରେ ତାଙ୍କର ଆଗାମୀ ଫିଲ୍ମ ‘ପଟାଖା’ର ଟ୍ରେଲର ରିଲିଜ ହୋଇଥିଲା । ଟ୍ରେଲରକୁ ଦର୍ଶକ ଏତେ ପସନ୍ଦ କଲେ ଯେ ଏହା ସୋସିଆଲ ମିଡିଆରେ ଭାଇରାଲ ହେଇଯାଇଥିଲା । ଏହି ଫିଲ୍ମ ବ୍ୟତିତ ସାନ୍ୟା ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହିତ ଫିଲ୍ମ ‘ବଧାଇ ହୋ’ରେ ମଧ୍ୟ ନଜର ଆସିବେ ।

ଇତି ମଧ୍ୟରେ ସାନ୍ୟାଙ୍କୁ ଆଉ ଏକ ଫିଲ୍ମର ଅଫର ମିଳିଯାଇଛି । ଖବର ଅନୁସାରେ ସାନ୍ୟା ଏକ ଡ୍ୟାନ୍ସ ଆଧାରିତ ଫିଲ୍ମରେ ନଜର ଆସିବେ । କୋରିଓଗ୍ରାଫର ବସ୍କୋ ମାର୍ଟିସ ସାନ୍ୟା ମଲହୋତ୍ରାଙ୍କୁ ନେଇ ଏକ ଡ୍ୟାନ୍ସ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଫିଲ୍ମକୁ ବସ୍କୋ ନିଜେ ନିର୍ଦ୍ଦେଶନା ଦେବେ । କହିରଖୁଛୁ ଯେ ବାସ୍କୋ, ସିଜରଙ୍କ ସହିତ ମିଶି ବଲିଉଡରେ ପାଖାପାଖି ୨୦୦ ଗୀତରେ କୋରିଓଗ୍ରାଫି କରିଛନ୍ତି ।

Sanya-Malhotra-1

ସାନ୍ୟାଙ୍କ ଏହି ଡ୍ୟାନ୍ସ ଫିଲ୍ମର ଟାଇଟଲ ଏପର୍ଯ୍ୟନ୍ତ ଫାଇନାଲ କରାଯାଇ ନାହିଁ । କୁହାଯାଉଛି ଯେ ଫିଲ୍ମର ସୁଟିଂ ଆଗାମୀ ବର୍ଷ ଆରମ୍ଭ ହେବ । କିନ୍ତୁ ସାନ୍ୟା ଫିଲ୍ମକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସାନ୍ୟା ପ୍ରତ୍ୟେକ ଦିନ ଡ୍ୟାନ୍ସ ପ୍ରକ୍ଟିସ କରିବା ସହିତ ନୂଆ ନୂଆ ଡ୍ୟାନ୍ସ ମୁଭସ ଶିଖୁଛନ୍ତି ।

ସାନ୍ୟାଙ୍କ ଆଗାମୀ ଫିଲ୍ମ ‘ପଟାଖା’ ବିଷୟରେ କହିବାକୁ ଗଲେ ଏହି ଫିଲ୍ମରେ ସାନ୍ୟାଙ୍କ ବ୍ୟତିତ ଟିଭି ଅଭିନେତ୍ରୀ ରାଧିକା ମଦାନ ଏବଂ ସୁନୀଲ ଗ୍ରୋଭର ପରି କଳାକାର ନଜର ଆସିବେ । ଫିଲ୍ମରେ ବିଜୟ ରାଜ ସାନ୍ୟା ଏବଂ ରାଧିକାଙ୍କ ପିତା ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ବିଶାଳ ଭାରଦ୍ୱାଜ ଦେଉଥିବା ବେଳେ ଫିଲ୍ମ ୨୮ ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More