Only for Entertainment

କେବେ କଂଗ୍ରେସ ତ କେବେ ବିଜେପି, ଏଭଳି ଚାଲିଛି ସପ୍ନାଙ୍କ…………… ।

bollywood tadka
21

ହରିୟାଣାର ପ୍ରସିଦ୍ଧ ଡ୍ୟାନ୍ସର ସପ୍ନା ଚୌଧରୀ ନିର୍ବାଚନ ମଧ୍ୟରେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ କିଛି ଏଭଳି ଘଟିଛି ଯେଉଁଥି ପାଇଁ ସପ୍ନା ଟ୍ରୋଲର୍ସଙ୍କ ଟ୍ରୋଲିଂର ଶୀକାର ହୋଇଛନ୍ତି । ବାସ୍ତବରେ ସପ୍ନା ଶନିବାର ରାତିରେ ବିଜେପି ନେତା ମନୋଜ ତିୱାରୀଙ୍କ ସହିତ ଏକ ଫଟୋ ଶେୟାର କରିଛନ୍ତି, ଯାହାପରେ ସେ ଟ୍ରୋଲ ହେଉଛନ୍ତି ।

ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ସେଲିବ୍ରେଟୀମାନେ ପାର୍ଟିରେ ଜଏନ କରିବା ଖବର ଆସୁଛି । ଏହି ମଧ୍ୟରେ ହରିୟାଣୀ ଡ୍ୟାନ୍ସର ଏବଂ ବିଗବସ ପୂର୍ବ ପ୍ରତିଯୋଗୀ ସପ୍ନା ଚୌଧରୀଙ୍କୁ ନେଇ ଖବର ଆସୁଥିଲାଯେ ସେ କଂଗ୍ରେସରେ ଯୋଗ ଦେବେ । କିନ୍ତୁ ଏହି କଥାକୁ ସପ୍ନା ଖଣ୍ଡନ କରିଥିଲେ । ଏବେ ମନୋଜ ତିୱାରୀଙ୍କ ସହିତ ସପ୍ନାଙ୍କ ଫଟୋ ଦେଖି ଟ୍ରୋଲର୍ସ ଟ୍ରୋଲ କରୁଛନ୍ତି । ଅବଶ୍ୟ ସେ ଏହାର ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି ସପ୍ନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More