Only for Entertainment

୨୮ବର୍ଷ ବୟସରେ ପାଦ ଦେଲେ ସପନା ଚୌଧୁରୀ, ଏଭଳି କଲେ ସେଲିବ୍ରେଟ ।

YouTube
0 21

ଡାନ୍ସର ତଥା ସିଙ୍ଗର ସପନା ଚୌଧୁରୀଙ୍କୁ ଆଜି ୨୮ବର୍ଷ ହେଲା । ବିଗବସ ପରେ ସେ ଏବେ ସାରା ଦେଶରେ ଚର୍ଚ୍ଚିତ । ଲୋକପ୍ରିୟତାକୁ ନଜରରେ ରଖି ସେ ଏବେ ଷ୍ଟେଜ ଶୋ’ କମ କରି ଦେଲେଣି ଏବଂ ଆଲବମରେ ବେଶୀ ଦୃଷ୍ଟି ଦେଉଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତୁଥିବା ସପନା ଆଜି ପରିବାର ଲୋକ ଏବଂ ବନ୍ଧୁଙ୍କ ସହ ଜନ୍ମଦିନ ସେଲିବ୍ରେଟ କରିଛନ୍ତି ।

ସପନା ନିଜେ ସୋସିଆଲ ଅକାଉଂଟରେ ନିଜର ବର୍ଥଡେ ସେଲିବ୍ରେଶନର ଭିଡିଓ ଶେୟାର ମଧ୍ୟ କରିଛନ୍ତି । ଏହି ଭିଡିଓରେ ସପନା ଖୁବ ମସ୍ତି କରୁଥିବାର ନଜର ଆସିଛନ୍ତି । ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଏଠାରେ ଆମେ କହି ରଖୁଛୁ ଯେ ବିଗବସରୁ ବାହାରିଲା ପରେ ସପନାଙ୍କ ଜବରଦସ୍ତ ମେକଓଭର ନଜର ଆସିଛି । ବିଗବସରେ ଅନେକ ସମୟରେ ସଲୱାର-କୁର୍ତ୍ତିରେ ନଜର ଆସୁଥିଲେ ସପନା । ମାତ୍ର ଏବେ ସେ ୱେଷ୍ଟର୍ଣ୍ଣ ଡ୍ରେସରେ ନଜର ଆସୁଛନ୍ତି । କିଛିଦିନ ତଳେ ସପନା କିଛି ବଲିଉଡ ଫିଲ୍ମରେ ମଧ୍ୟ ନିଜର ଝଲକ ଦେଖାଇ ସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More