Only for Entertainment

ଚୋଲି କେ ପିଛେ କ୍ୟା ହୈ ଗୀତରେ ଡ୍ୟାନ୍ସ କଲେ ସପ୍ନା ଚୌଧରୀ । ଭିଡ଼ିଓ ଭାଇରାଲ ।

jansatta
44

ସପ୍ନା ଚୌଧରୀ ହରିୟାଣାର ଏକ ଜଣାଶୁଣା ଚେହେରା । ବିଗବସରେ ପ୍ରତିଯୋଗୀ ହୋଇ ଆସିବା ପରେ ସାରା ଦେଶରେ ସେ ପରିଚିତ ହୋଇଥିଲେ । ଭୋଜପୁରୀ ଠାରୁ ଆରମ୍ଭ କରି ପଂଜାବୀ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସମସ୍ତେ ଏବେ ସପ୍ନାଙ୍କୁ ଜାଣନ୍ତି । ଲୋକପ୍ରିୟତା ବଢିଯିବା ପରେ ସପ୍ନାଙ୍କର ଯେକୌଣସି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଉଛି । ଏବେ ସପ୍ନାଙ୍କର ଏକ ଗୀତକୁ ଖୁବ ପସନ୍ଦ କରାଯାଉଛି । ଯେଉଁଥିରେ ସପ୍ନା ଚୌଧରୀ ଚୋଲି କେ ବିଛେ କ୍ୟା ହୈ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

 

ଭିଡ଼ିଓରେ ସପ୍ନା ଖଳନାୟକ ଫିଲ୍ମର ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଡ୍ୟାନ୍ସ ଦେଖିବା ପାଇଁ ଲୋକଙ୍କର ଖୁବ ଭିଡ଼ ଜମିଛି ଏବଂ ଏହା ସହିତ ଲୋକଙ୍କର ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ତାଙ୍କ ଡ୍ୟାନ୍ସ ଦେଖି ଜଣେ ବ୍ୟକ୍ତି ତାଙ୍କ ଉପରେ ଟଙ୍କା ଉଡ଼ାଉଥିବାର ଦୃଶ୍ୟ ମଧ୍ୟ ନଜର ଆସିଛି । ୟୁଟ୍ୟବରେ ଏହିଗୀତକୁ ଏପର୍ଯ୍ୟନ୍ତ ୬,୧୬୮,୨୧୫ ଭ୍ୟୁଜ ମିଳି ସାରିଛି ।

ସପ୍ନାଙ୍କ ଏହି ଭିଡ଼ିଓକୁ ପ୍ରାୟ ୧୫ ହଜାର ଲୋକ ଲାଇକ କରିଛନ୍ତି । କହିରଖୁଛୁଯେ ସପ୍ନା ଦୋସ୍ତୀ କେ ସାଇଡ ଇଫେକ୍ଟ ମାଧ୍ୟମରେ ଅଭିନୟରେ ପ୍ରବେଶ କରି ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More