Only for Entertainment

ସପନା ଚୌଧୁରୀଙ୍କ ‘ଠୁମକା’ରେ ଆସିଲା ଇଂଟରନେଟରେ ‘ପ୍ରଳୟ’, ଦେଖନ୍ତୁ !

113

ଡାନ୍ସ କ୍ୱିନ ସପନା ଚୌଧୁରୀ ନିଜ ଭିନ୍ନ ଭିନ୍ନ ସ୍ୱାଗ ଦେଖାଉଛନ୍ତି । ସପନା ଯେତେବେଳେ ଷ୍ଟେଜକୁ ଆସନ୍ତି ସମସ୍ତଙ୍କ ନିଦ ହଜେଇ ଦିଅନ୍ତି । ସେହିଭଳି ସୋସିଆଲ ମିଡିଆରେ ମଧ୍ୟ ସପନାଙ୍କ ଫ୍ୟାନ ଫଲୋଇଙ୍ଗ ବହୁତ ଅଛନ୍ତି । ସପନା ଚୌଧୁରୀ ଯେତେ ସୁନ୍ଦର ଇଣ୍ଡିଆନ କପଡାରେ ଦିଶନ୍ତି , ସେଥିରୁ ଅଧିକ ସୁନ୍ଦର ନଜର ଆସନ୍ତି ୱେଷ୍ଟର୍ଣ୍ଣ ଷ୍ଟାଇଲ । କିନ୍ତୁ ଏବେ ପୁଣିଥରେ ନିଜ ଦେଶୀ ଷ୍ଟାଇଲରେ ନିଜର ଯାଦୁ ବୁଣିଛନ୍ତି ସପନା ।

ସପନା ଚୌଧୁରୀ ନୂଆ ହରିୟାଣା ଗୀତରେ ‘ଠୁମକା’ ଚଳିତ ମାସରେ ୟୁଟ୍ୟୁବରେ ରିଲିଜ କରାଯାଇଥିଲା । ଯାହା ଏବେ ଚର୍ଚ୍ଚା ସାଉଂଟିଛି ।

ସପନାଙ୍କ ଡାନ୍ସ ଭିଡିଓ ଲୋକ ଖୁବମାତ୍ରାରେ ପସନ୍ଦ କରୁଛନ୍ତି । ଏହି ଭିଡିଓ ୮ଜୁଲାଇରୁ ଏବେ ପର୍ଯ୍ୟନ୍ତ ୧୭ଲକ୍ଷ ଲୋକ ଦେଖି ସାରିଲେଣି । ଏଠାରେ ଆମେ କହି ରଖୁଛୁ ଯେ ସପନା ବଲିଉଡ ଫିଲ୍ମ ‘ଦୋସ୍ତୀ କି ସାଇଡ ଇଫେକ୍ଟ’ରେ ନିଜର ଡେବ୍ୟୁ କରିଥିଲେ । ଏହି ଫିଲ୍ମ ଏତେ ସଫଳତା ହାସଲ କରି ପାରିନଥିଲା ମାତ୍ର ଫିଲ୍ମରେ ସପନାଙ୍କ ଅଭିନୟକୁ ଖୁବ ପ୍ରଶଂସା ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More