Only for Entertainment

ରିଲିଜ ହେଲା ରଣବୀର ସିଂ ଏବଂ ଆଲିୟା ଷ୍ଟାରର ଫିଲ୍ମ ଗଲ୍ଲି ବୟର ଆଉ ଏକ ଗୀତ ‘ମେରେ ଗଲ୍ଲି ମେଁ’ !

youtube
26

ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ଗଲି ବଏର ଫଟୋ,ଟିଜର, ଟ୍ରେଲର ଏବଂ ର‌୍ୟାପ ସଙ୍ଗ ରିଲିଜ ହୋଇ ସାରିଛି । ର‌୍ୟାପ ସଙ୍ଗ ସୋସିଆଲ ମିଡିଆରେ ଆସିବା ମାତ୍ରେ ଭାଇରାଲ ହୋଇଯାଇଛି । ଗୋଟିଏ ଟିଜରରେ ଆଲିୟା ନଜର ଆସିଥିବା ବେଳେ ଅନ୍ୟ ଟିଜରରେ ରଣବୀରଙ୍କୁ ଦେଖିବାକୁ ମିଳିଛି । ଏହି ଦୁଇ ଆକ୍ଟର ଟିଜରକୁ ନିଜ ସୋସିଆଲ ମିଡିଆ ଆକାଉଂଟରେ ଶେୟାର କରିଛନ୍ତି । ତେବେ ଏବେ ଏହି ଫିଲ୍ମର ଆଉ ଏକ ଗୀତ ଆଜି ରିଲିଜ ହୋଇଛି, ଯାହାର ବୋଲ ରହିଛି ‘ମେରେ ଗଲ୍ଲି ମେ’ ଯେଉଁଥିରେ ରଣବୀରଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି ।  ଏହି ଭିଡିଓରେ ରଣବୀର ଗଳି ଗଳି ବୁଲି ର‌୍ୟାପ କରୁଥିବା ନଜର ଆସିଛନ୍ତି । ତେବେ ଗୀତଟି ଏକ ବସ୍ତିରେ ସୁଟ କରାଯାଇଛି ଏବଂ ଏହି ଭିଡିଓରେ ଛୋଟ ଛୋଟ ବସ୍ତି ଘର ବିଷୟରେ ମଧ୍ୟ କହିଛନ୍ତି ,ଦେଖନ୍ତୁ ଭିଡିଓ –

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ଜୋୟା ଅଖତର ନିର୍ଦ୍ଦେଶନା  ଦେଉଛନ୍ତି । ମିଳିତ ରିପୋର୍ଟ ମୂତାବକ ଏହି ଫିଲ୍ମରେ ରଣବୀର ସିଂ ଙ୍କ କ୍ୟାରିୟର ସହ ତାଙ୍କର ତ୍ରିକୋଣୀୟ ଲଭ ଷ୍ଟୋରୀ  ମଧ୍ୟ ଦେଖିବାକୁ ମିଳିବ ।

ଏହି ଫିଲ୍ମ ଜରିଆରେ ଜୋୟା ଅଖତର ନିଜର ନୂଆ ବ୍ୟାନର ଆରମ୍ଭ କରିବାକୁ ଯାଉଛନ୍ତି । ଏହାର ନାଁ ଟାଇଗର ବେବି ଶୁଣିବାକୁ ମିଳିଛି । ଫିଲ୍ମରେ ରଣବୀର ସିଂ ଏବଂ ଆଲିୟାଙ୍କ ବ୍ୟତୀତ କଳ୍କି କୋଚଲିନ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More