Only for Entertainment

ସପନା ଚୌଧୁରୀ ଶେୟାର କଲେ ଲୁଟେରା ଗୀତର ପ୍ରଥମ ଲୁକ, ଏଭଳି ଅନ୍ଦାଜରେ ଆସିବେ ନଜର !

30

ହରିୟାଣୱୀ ଛୋରୀ ସପନା ଚୌଧୁରୀ ଏବେ ନିଜେ ଆଗାମୀ ମ୍ୟୁଜିକ ଭିଡିଓର ପ୍ରସ୍ତୁତି କରୁଛନ୍ତି । ଆଜି ଏହାର ଫାଷ୍ଟ ଲୁକ ଏବଂ ଟାଇଟଲ ଶେୟାର କରିଛନ୍ତି । ତାଙ୍କ ଆଗାମୀ ଗୀତ ଲୁଟେରା’ ଅଟେ । ଏବେ ପର୍ଯ୍ୟନ୍ତ ଏହି ଗୀତର ରିଲିଜ ଡେଟର ଖୁଲାସା ହୋଇନାହିଁ ।

ସପନା ଚୌଧୁରୀ ନିଜ ଇନଷ୍ଟାଗ୍ରାମରେ ‘ଲୁଟେରା’ଗୀତର ପୋଷ୍ଟର ଏବଂ ଫାଷ୍ଟ ଲୁକ ଶେୟାର କରି ଏଥିରେ ଯୋଡି ହୋଇଥିବା ସମସ୍ତ ଲୋକଙ୍କୁ ଟ୍ୟାଗ କରିଛନ୍ତି । ଫାଷ୍ଟଲୁକରେ ସପନା ମଦ୍ୟ ପରଷୁଥିବା ନଜର ଆସିଛନ୍ତି । ତାଙ୍କ ପାଖରେ ଛିଡା ହୋଇଥିବା ବ୍ୟକ୍ତି ହାତରେ ବନ୍ଧୁକ ଧରିଥିବା ନଜର ଆସିଛନ୍ତି ।

ଏହି ଗୀତକୁ ଗାଇଛନ୍ତି ଆର. ନୈତ । ନୈତ ଏହି ଗୀତକୁ ଲେଖିଛନ୍ତି ଏବଂ ଆର୍ଚି ଏହି ଗୀତକୁ ପ୍ରସ୍ତୁତ କରିଛନ୍ତି । ସପନା ଚୌଧୁରୀଙ୍କ ଭୂମିକାରେ ଅଫସାନା ଖାନ ନିଜ ସ୍ୱର ଦେଇଛନ୍ତି । ଜୋବନ ସନ୍ଧୁ ଏହି ଗୀତରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଏବଂ ଜଗଜୀତ ପାଲ ସିଂ ଏହାର ନିର୍ମାତା ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More