Only for Entertainment

ପ୍ରଥମ ଥର ପାଇଁ ଲାଇଭ ଚାଟରେ ନଜର ଆସିଲେ ସପ୍ନା, କହିଲେ ଫ୍ୟାନ୍ସ ଯାହା ଦେଇଛନ୍ତି କେବେ ମଧ୍ୟ ଫେରାଇ ପାରିବିନ

zee news
0 51

ବିଗବସ୧୧ ପୂର୍ବ ସିଜନ ମାନଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ । ଏଠାରେ ପ୍ରତିଦିନ କିଛି ନା କିଛି ନୂଆ ଦେଖିବାକୁ ମିଳୁଛି । ନମିନେସନ ଏବଂ ଏଲିମିନେସନ୍ କେମେଷ୍ଟ୍ରି ମଧ୍ୟ ଦର୍ଶକଙ୍କ ମନୋରଂଜନ କରୁଥିବା ନଜର ଆସୁଛି । ବିଗବସ୧୧ରେ ନଜର ଆସିଥିବା ସପ୍ନା ଚୌଧରୀ ୮ ସପ୍ତାହ ଧରି ନମିନେଟ ହୋଇ ଆସୁଥିଲେ । କିନ୍ତୁ ତାଙ୍କ ଦର୍ଶକ ତାଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେଇ ନମିନେସନରୁ ବଂଚାଇ ଦେଉଥିଲେ । କିନ୍ତୁ ଏଥର ସପ୍ନା ନମିନେସନରୁ ବଂଚିପାରିଲେନି । ଫଳସ୍ୱରୂପ ତାଙ୍କୁ ଘରୁ ବାହାରକୁ ଯିବାକୁ ପଡ଼ିଲା । କିନ୍ତୁ ଘରୁ ବାହାରକୂୁ ଯିବାପରେ ଏବେ ୱାଇଲଡ କାର୍ଡ଼ ପ୍ରବେଶ ଦ୍ୱାରା ସପ୍ନା ତାଙ୍କର ଫେସବୁକ ଆକାଉଂଟରେ ଫ୍ୟାନ୍ସ ମାନଙ୍କ ସହିତ କଥା ହୋଇପାରିଛନ୍ତି । ପ୍ରଥମ ଥର ଫେସବୁକ ଲାଇଭ ଚାଟରେ ଆସି ତାଙ୍କୁ ୭ ସପ୍ତାହ ଧରି ନମିନେସନରୁ ବଂଚାଇଥିବାରୁ ସେ ଫ୍ୟାନ୍ସ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସପ୍ନା କହିଛନ୍ତିଯେ ଦର୍ଶକଙ୍କ ଭୋଟ୍ ତାଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ଦର୍ଶକ ତାଙ୍କୁ ଯାହା ଦେଇଛନ୍ତି ସେ କେବେ ମଧ୍ୟ ଫେରାଇ ପାରିବେନି । ସେ ଆଉ ମଧ୍ୟ କହିଛନ୍ତିଯେ ତାଙ୍କୁ ୱାଇଲଡ କାର୍ଡ଼ ବିଷୟରେ କିଛି ସୂଚନା ମିଳିନାହିଁ, ଯଦି ସେଭଳି କୌଣସି ସୂଚନା ମିଳୁଛି ତେବେ ସେ ତାଙ୍କ ଫ୍ୟାନ୍ସଙ୍କୁ ନିଶ୍ଚୟ ଜଣାଇବେ । ଖବର ମୁତାବକ ବିଗବସ ଘରୁ ବାହାର ହେବାପରେ ସପ୍ନା ତାଙ୍କ ଜୀବନକୁ ନୂଆ ଭାବରେ ଆରମ୍ଭ କରିବାକୁ ଯାଉଛନ୍ତି । ସେ ଫିଲ୍ମରେ କାମ କରିବାକୁ ମଧ୍ୟ ଚାହୁଁଛନ୍ତି ଏବଂ ବିଶେଷକରି ସଲମାନଙ୍କ ସହିତ କାମ କରିବାକୁ ତାଙ୍କର ଖୁବ୍ ଇଛା ରହିଛି । ସମସ୍ତେ ଜାଣନ୍ତି ବିଗବସ ପ୍ରତିଯୋଗୀମାନେ ଘରୁ ବାହାରକୁ ଯିବାପରେ ଅନେକଙ୍କ ଭାଗ୍ୟ ବଦଳିଥିବା ଦେଖିବାକୁ ମିଳିଛି । ତେବେ ସପ୍ନାଙ୍କ ଭାଗ୍ୟରେ କେଉଁଭଳି ପରିବର୍ତ୍ତନ ଆସିବ ତାହା ପରେ ଜଣାପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More