Only for Entertainment

ଫିଲ୍ମ ରିଲିଜ ହେବା ପୂର୍ବରୁ ଲୋକଙ୍କ ମଧ୍ୟରେ ଖୁବ୍ ପପୁଲାର ସାରା ଆଲ୍ଲୀ ଖାନ, ଜନ୍ମଦିନରେ ମିଳିଲା ଅନେକ ଶୁଭେଚ୍ଛା ।

Zee News
0 44

ସୈଫ୍ ଅଲ୍ଲୀ ଖାନଙ୍କ ଗେହ୍ଲୀ ଝିଅ ସାରା ଅଲ୍ଲୀ ଖାନ୍ ନିକଟରେ ବଲିଉଡରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ବେଶ୍ ଲୋକପ୍ରିୟ ହୋଇଯାଇଛନ୍ତି । ସାରା ଅଲ୍ଲୀ ଖାନ ଆଜି ନିଜର ୨୫ ତମ ଜନ୍ମଦିନ ପାଳନ କରୁଛନ୍ତି । ସାରାଙ୍କ ଜନ୍ମ ଦିନରେ ସାରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛାର ବାର୍ତ୍ତା ଛୁଟିବାରେ ଲାଗିଛି । ସୋସିଆଲ ମିଡିଆରେ ମଧ୍ୟ ସାରାଙ୍କୁ ଢେର୍ ସାରା ଶୁଭେଚ୍ଛା ମିଳିଛି, ତେଣୁ ଆଶା କରାଯାଉଛି ଆଗାମୀ ଦିନରେ ସାରା ଅଲ୍ଲୀ ଖାନଙ୍କ ଫିଲ୍ମକୁ ମଧ୍ୟ ଦର୍ଶକ ସେହିଭଳି ଭଲପାଇବା ଦେବେ ।

ସାରାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସେ ନିଜର ସ୍ପେଶାଲ ଦିନଟିକୁ ନିଜର ଡେବ୍ୟୁ ଫିଲ୍ମ ଷ୍ଟାରଙ୍କ ସହିତ ସେଲିବ୍ରେଟ କରିଛନ୍ତି । ସାରା କେକ କାଟିବା ପରେ ସୁସାନ୍ତ ତାଙ୍କୁ ଆଲିଙ୍ଗନ କରି କେକ ଖୁଆଉଥିବା ଦେଖିବାକୁ ମିଳିଛି ।

ସାରା ନିଜର ପ୍ରଥମ ଫିଲ୍ମ ‘କେଦାରନାଥ‘ ଦ୍ୱାରା ବଲିଉଡରେ ଡେବ୍ୟୁ କରିବେ । ଏହି ଫିଲ୍ମରେ ସାରାଙ୍କ ସହ ସୁଶାନ୍ତ ସିଂହ ରାଜପୁତ ନଜର ଆସିବେ । ଫିଲ୍ମିର ସୁଟିଂ ଶେଷ ହୋଇସାରିଛି । ବର୍ତ୍ତମାନ ସାରା ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ ର ସୁଟିଂ କରୁଛନ୍ତି । ସାରାଙ୍କ ସହ କାମ କରୁଥିବା ଲୋକମାନେ କୁହନ୍ତି, ସାରା କାମକୁ ନେଇ ବହୁତ ଗମ୍ଭୀର ଏବଂ ତାଙ୍କର ଫିଲ୍ମର ରିଲିଜକୁ ଅପେକ୍ଷା କରି ରହିଛନ୍ତି ।

ବଲିଉଡ ଆକ୍ଟର ସୁଶାନ୍ତ ସିଂହ ଓ ସାରା ଅଲ୍ଲୀ ଖାନଙ୍କ ଫିଲ୍ମ ‘କେଦାରନାଥ‘ ୨୯ ନଭେମ୍ବରକୁ ରିଲିଜ ହେବ । ଫିଲ୍ମ ‘କେଦାରନାଥ‘ ଭିନ୍ନ ଏକ ପ୍ରେମ କାହାଣୀ ଉପରେ ଆଧାରିତ । କିନ୍ତୁ ଏଥିରେ ୨୦୧୩ରେ କେଦାରନାଥ ଟ୍ରାଡେଜିକୁ ମଧ୍ୟ ଦେଖାଯାଇଛି । ସୂଚନା ମୁତାବିକ ଫିଲ୍ମରେ ୨୦୧୩ରେ କେଦାରନାଥରେ ଆସିଥିବା ବଡ ବନ୍ୟା ଫିଲ୍ମରେ ଦେଖାଯାଉଛି । ଏହାକୁ ମୁମ୍ବାଇରେ ସୁଟିଂ କରାଯାଇଥିବାବେଳେ ଏଥିପାଇଁ ବହୁତ ପାଣିର ବ୍ୟବହାର ମଧ୍ୟ କରାଯାଇଛି । ଏହି ସିନକୁ କରିବା ପାଇଁ ବହୁତ ସମୟ ଲାଗିଥିବା ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More