Only for Entertainment

ସାରା-କାର୍ତ୍ତିକଙ୍କ ପ୍ରେମ ସମ୍ପର୍କରେ ଲାଗିଲା ନଜର, ହୋଇଗଲା ଦୁହିଁଙ୍କ ବ୍ରେକଅପ !

49

ବଲିଉଡ୍‌ରେ ଅନେକ ପ୍ରେମୀ ଯୁଗଳଙ୍କୁ ଦେଖାଯାଇଛି । ସେମାନଙ୍କ ମଧ୍ୟରୁ କିଛି ବିବାହ କରି ସାରିଛନ୍ତି ତ କିଛି ଯୋଡ଼ିଙ୍କର ବିଚ୍ଛେଦ ହୋଇଛି । ବଲିଉଡ୍‌ ଇତିହାସରେ ବିଚ୍ଛେଦ ହେବା ଖବର କିଛି ନୂଆ ନୁହେଁ । ପୂର୍ବରୁ ଅନେକ ଯୋଡ଼ି ପରସ୍ପରଠାରୁ ଅଲଗା ହୋଇଥିବା ବେଳେ ଏବେ ଚର୍ଚ୍ଚାରେ ରହିଥିବା ସାରା-କାର୍ତ୍ତିକଙ୍କ ଯୋଡ଼ି ଭାଙ୍ଗି ଯାଇଥିବା ଜଣାପଡ଼ିଛି ।

 

View this post on Instagram

 

It’s a WRAP!! 66 days & a million memories ❤️🌈 Thank you @imtiazaliofficial for making my dream come true🤗🤩 I truly appreciate your warmth, patience and consideration with me every single day. Being on your set has been a privilege that I will always cherish and already miss🙏🏼 🎈 Thank you @kartikaaryan for instantly making me comfortable with you, for selflessly giving and for consistently looking out for me. From coffee’s about you to chai’s with you, I wish we could do it all over again ☕️ 🧿💓 I’m going to miss you more than you know and more than I can admit 🤭🤦🏻‍♀️ Imtiaz Ali’s next with @kartikaaryan and @randeephooda. ‬ ‪Releasing on 14th Feb 2020. Presented by @officialjiocinema , #DineshVijan’s @maddockfilms , @imtiazaliofficial & @reliance.entertainment @wearewsf

A post shared by Sara Ali Khan (@saraalikhan95) on

ସୂଚନା ମୁତାବକ, ଅଭିନେତ୍ରୀ ସାରା ଆଲ୍ଲୀ ଖାନ୍‌ ନିଜ ବାପାଙ୍କ ସହ କଫି ଉଇଥ୍‌ କରଣକୁ ଆସିବା ପରେ ସେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ଡେଟ୍‌ କରିବାକୁ ଚାହୁଁଥିବା କଥା କହିଥିଲେ । ଯାହା ପରେ ଦୁହିଁଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପରେ ପରେ ଦୁହିଁଙ୍କୁ ଫିଲ୍ମ ଲଭ୍‌ ଆଜ କଲରେ ସାଥୀରେ କାମ କରିବାର ସୁଯୋଗ ମିଳିବାରୁ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା । ଅନେକ ସମୟରେ ଦୁହେଁ ସାଥୀରେ ନଜର ଆସିବା ସହ ଏକା ସାଙ୍ଗରେ ଫଟୋ ଅପ୍‌ଲୋଡ୍‌ କରିବା ଆରମ୍ଭ କରିଥିଲେ । ଦୁହେଁ ବଲିଉଡ୍‌ର ନୂଆ ପ୍ରେମୀଯୁଗଳ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିବା ଜଣାପଡ଼ିଛି । ନିଜ ନିଜର ବଲିଉଡ୍‌ ପ୍ରୋଜେକ୍ଟକୁ ନେଇ ଦୁହେଁ ବ୍ୟସ୍ତ ରହୁଥିବାରୁ ପରସ୍ପରକୁ ସମୟ ଦେଇ ପାରୁ ନାହାନ୍ତି । ଯାହା ପରେ ସେ ପରସ୍ପରଠାରୁ ଅଲଗା ହୋଇଯାଇଥିବା ଚର୍ଚ୍ଚା ହେଉଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More