ମା’ ଅମୃତାଙ୍କ ଘର ଛାଡିବା ନେଇ ଆସିଲା ସାରାଙ୍କ ପ୍ରତିକ୍ରିୟା, କହଲେ ଏହି କଥା
ଫିଲ୍ମରେ ହିଟ ହେବା ପରେ ସାରା ଅଲ୍ଲୀ ଖାନ ଚର୍ଚ୍ଚିତ ନ୍ୟୁ କମର ଭାବେ ଏବେ ସବୁଠି ଛାଇ ରହିଛନ୍ତି । ସାରାଙ୍କ ବିଷୟରେ ଏବେ ସବୁଆଡେ ଆଲୋଚନା ଦେଖିବାକୁ ମିଳୁଛି । ତାଙ୍କର ଇଣ୍ଟରଭ୍ୟୁକୁ ବି ଲୋକେ ଖୁବ ପସନ୍ଦ କରୁଛନ୍ତି । ସାରାଙ୍କ କହିବା ଶୈଳୀ, ହସ ହସ ମୁହଁ, ତାଙ୍କର ସ୍ୱଭାବ ଏବଂ ଗ୍ଲୋରିୟସ ପର୍ସନାଲିଟିକୁ ଦର୍ଶକ ଖୁବ ପସନ୍ଦ କରିଥାନ୍ତି । ନିକଟରେ ସାରାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଲଗେଜ ନେଇ ଘରୁ ବାହାରକୁ ଯାଉଥିବାର ନଜର ଆସିଥିଲେ । ସାରାଙ୍କ ଏହି ଫଟୋ ଦେଖିବା ପରେ ଲୋକେ କହିବାକୁ ଲାଗିଲେ ସାରା ମା’ ଅମୃତାଙ୍କ ସହିତ ନୁହେଁ ଅଲଗା ରହିବାକୁ ନିର୍ଣ୍ଣୟ ନେଇଛନ୍ତି । ଏହି ଗୁଜବକୁ ନେଇ ଏବେ ସାରାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ନିକଟରେ ସାରା ନାଇକା ଫେମିନା ବ୍ୟୁଟି ଆୱାର୍ଡରେ ପହଁଚିଥିଲେ । ଏହି ସମୟରେ ମା’ଙ୍କ ଘର ଛାଡିବା ପ୍ରଶ୍ନରେ ସାରା କହିଥିଲେ, ‘ଏହା ସବୁ ଭୁଲ ଅଟେ । ମୁଁ ମୋ ମା’ଙ୍କ ସହିତ ହିଁ ରୁହେ ଏବଂ ଏଠାରେ ମୁଁ ଖୁବ ଖୁସିରେ ରୁହେ ।’ ଲଗେଜ ପ୍ରଶ୍ନରେ ସାରା କହିଥିଲେ, ମୁଁ ଯୁଆଡେ ବି ଯାଏ ଲେଗେଜ ନେଇ ଯାଇଥାଏ ।’ କହିରଖୁଛୁ ଯେ, ସାରା ମା’ ଆମୃଚତାଙ୍କ ସହିତ ଭଲ ବଣ୍ଡିଂ ସେୟାର କରିଥାନ୍ତି । ସୋସିଆଲ ମିଡିଆରେ ସାରା ଅମୃତାଙ୍କ ସହିତ ସୁନ୍ଦର ସୁନ୍ଦର ଫଟୋ ପୋଷ୍ଟ କରିଥାନ୍ତି ।
କ୍ୟାରିୟର ବିଷୟରେ କହିବାକୁ ଗଲେ ସାରା , ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘କେଦାରନାଥ’ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ । ଫିଲ୍ମରେ ସେ ସୁଶାନ୍ତ ସିଂ ରଜପୁତଙ୍କ ସହିତ ନଜର ଆସିଥିଲେ । ଏହା ପରେ ସାରାଙ୍କୁ ଫିଲ୍ମ ‘ସିମ୍ବା’ରେ ରଣବୀର ସିଂଙ୍କ ଅପୋଜିଟରେ ଦେଖିବାକୁ ମିଳିଥିଲା । ଫିଲ୍ମ ବକ୍ସ ଅଫିସରେ ଖୁବ ଭଲ ବ୍ୟବସା ୟ କରିଥିଲା ।