Only for Entertainment

ସାରା ଅଲ୍ଲୀ ଖାନ ମାରିଲେ ଠୁମକା, ସାତ ସମନ୍ଦର ଗୀତରେ ଡ୍ୟାନ୍ସ କରି ଦେଖାଇଲେ ଜଲୱା ।

times of india
0 63

ସୈଫ ଅଲ୍ଲୀ ଖାନ ଏବଂ ତାଙ୍କର ପୂର୍ବ ପତ୍ନୀ ଅମୃତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ ଗଣତି ମୋଷ୍ଟ ଷ୍ଟାଇଲିସ ଏବଂ ପପୁଲାର ଷ୍ଟାର ଡଙ୍କର୍ସ ମଧ୍ୟରେ ହୋଇଥାଏ । ସାରା ଅଲ୍ଲୀ ଖାନଙ୍କର ଏକ ଫିଲ୍ମ ‘କେଦାରନାଥ’ଖୁବ ଶୀଘ୍ର ପରଦାକୁ ଆସିବାକୁ ଯାଉଛି । ସେ ଏହି ଫିଲ୍ମରୁ ନିଜର କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି । ଯାହାକି ଚଳିତ ବର୍ଷ ଶେଷରେ ରିଲିଜ ହେବ । ପ୍ରଶଂସକଙ୍କୁ ବର୍ତ୍ତମାନ ଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ସାରାଙ୍କୁ ଦେଖିବା ଲାଗି, ମାତ୍ର ଏହାର ଗ୍ୟାରେଂଟି ଆମେ ଦେଇ ପାରିବୁ ଯେ ଆପଣ ସାରାଙ୍କୁ ପରଦାରେ ଦେଖିଲେ ନିଶ୍ଚୟ ଘାଇଲା ହୋଇଯିବେ ।

ଶନିବାର ରାତିରେ ଏକ ବିବାହ ରିସେପ୍ଶନରେ ପହଂଚିଥିବା ସାରା ଅଲ୍ଲୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ସାତ ସମନ୍ଦର ପାର ଗିତରେ ନିଜର ଜଲୱା ଦେଖାଉଛନ୍ତି । ଏହି ଭିଡିଓ ଦେଖି ଆପଣ ମଧ୍ୟ ଜାଣି ପାରିବେ ସାରା କାହା ଠାରୁ କମ ନୁହନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ନିଜ କ୍ୟାରିଅର ଆରମ୍ଭ ଅଭିଶେକ କପୁରଙ୍କ ଫିଲ୍ମରୁ ଆରମ୍ଭ କରିବାକୁ ଯାଉଛନ୍ତି । ଏଥିରେ ତାଙ୍କ ବିପକ୍ଷରେ ଦେଖିବାକୁ ମିଳିବେ ସୁଶାନ୍ତ ସିଂ ରାଜପୁତ । ଏହାବ୍ୟତୀତ ରଣବୀର ସିଂଙ୍କ ଫିଲ୍ମ ସିମ୍ବାରେ ତାଙ୍କୁ ଦେଖିବାମୁ ମିଳିବ ବୋଳି ବିଶେଷ ସୂତ୍ରରୁ ପ୍ରକାଶ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More