Only for Entertainment

ସାରା ଏବଂ ଅନନ୍ୟାଙ୍କୁ ଛାଡି ଏବେ ଏହି ଅଭିନେତ୍ରୀଙ୍କ ସହ ଫ୍ଲର୍ଟ କରୁଥିବା ନଜର ଆସିଲେ କାର୍ତ୍ତିକ, ଭିଡିଓ ହେଉଛି ଭାଇରାଲ !

53

ଅଭିନେତା କାର୍ତ୍ତିକ ଆର୍ୟନ ଏବେ ନିର୍ଦ୍ଦେଶକ ଇମତିଆଜ ଅଲୀଙ୍କ ଫିଲ୍ମ ‘ଲଭ ଆଜକଲ୨’ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ କାର୍ତ୍ତିକଙ୍କ ସାରା ଅଲୀ ଖାନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏବେ ଦୁହିଁଙ୍କ ବ୍ରେକଅପ ହୋଇଯାଇଥିବା ଚାରିଆଡେ ଚର୍ଚ୍ଚା ଚାଲିଛି । କାର୍ତ୍ତିକ ଏବେ ଅନନ୍ୟାଙ୍କ ନିକଟତର ଅଛନ୍ତି । ଏହି ନୂଆ କପଲ ଅନେକ ସ୍ଥାନରେ ଏକାଠି ନଜର ଆସିଛନ୍ତି । ଏବେ ଖବର ଶୁଣିବାକୁ ମିଳିଛି ଯେ କାର୍ତ୍ତିକ ଅନନ୍ୟାଙ୍କୁ ଛାଡି ଏବେ ଅନ୍ୟ କୌଣସି ଅଭିନେତ୍ରୀଙ୍କ ସହ ଫ୍ଲର୍ଟ କରୁଥିବାର ନଜର ଆସିଛନ୍ତି ।

ନିକଟରେ କରୀନା କପୂରଙ୍କ ଚାଟ ଶୋ’ ‘ୱାଟ ୱମେନ ୱାଂଟ’ର ନୂଆ ଏପିସୋଡ ସାମ୍ନାକୁ ଆସିଛି , ଯେଉଁଥିରେ କାର୍ତ୍ତିକ ତାଙ୍କର ହୋଷ୍ଟ ରୂପେ ନଜର ଆସିଛନ୍ତି । ଏହି ଶୋ’ରେ କରୀନା ଯେତେବେଳେ ତାଙ୍କୁ ପଚାରିଛନ୍ତି ତାଙ୍କର କପଲ ଗୋଲ କେଉଁ ଯୋଡି ଅଟେ, ସେ ସୈଫ ଏବଂ କରୀନାଙ୍କ ନାଁ ନେବାକୁ ଚାହିଁଛନ୍ତି । କିନ୍ତୁ ଏହା ପୂର୍ବରୁ କରୀନା ତାଙ୍କୁ ଅଟଳାଇ ଦେଇ କହିଥିଲେ ‘ସୈଫ ଏବଂ ମୋ ନାଁ ନେବ ନାହିଁ । ଏହାପରେ କାର୍ତ୍ତିକ କିଛି ସମୟ ଭାବି କହିଛନ୍ତି ‘ଆପଣ ବିବାହ କାହିଁକି କଲେ..’ଏହା ଶୁଣି କରୀନା ଲାଜ କରି ହସିପକାଇ କହିଥିଲେ ‘ୟେ ବହତ ବଡା ବଦମାସ ହେ’ ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହି ଶୋ’ରେ କାର୍ତ୍ତିକ ତାଙ୍କ ଅନ୍ୟ ଗେଷ୍ଟ ପାଲଟିଥିଲେ । ଏହା ପୂର୍ବରୁ କରୀନାଙ୍କ ପ୍ରଥମ ଗେଷ୍ଟ ତାଙ୍କର ଶାଶୁ ତଥା ଅଭିନେତ୍ରୀ ଶର୍ମିଲା ଟାଗୋର ଥିଲେ । ଶର୍ମିଲା ଏହି ଶୋ’ରେ ନିଜ କ୍ୟାରିଆର ଏବଂ ବ୍ୟକ୍ତିଗତ ଜୀବନର କିଛି ମଜାଦାର ଖୁଲାସା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More