Only for Entertainment

ମସ୍ତିଭରା ଅନ୍ଦାଜରେ ବାପାଙ୍କ ହିଟ ସଙ୍ଗରେ ଡ୍ୟାନ୍ସ କଲେ ସାରା ଆଲ୍ଲୀ ଖାନ, ଭିଡିଓ ଭାଇରାଲ ।

Voodoo Video Centre & Social Networking
46

ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ସୁପରହିଟ ଗୀତ ଓଲେ ଓଲେରେ ଝିଅ ସାରା ଅଲ୍ଲୀ ଖାନ ଜବରଦସ୍ତ ଅନ୍ଦାଜରେ ଡ୍ୟାନ୍ସ କରୁôବାର ନଜର ଆସିଛନ୍ତି । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହ ସାରା ଏହି ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ଟିକେ ମସ୍ତିମଜାକ୍ ଓ ତାପରେ ଓଲେ ଓଲେ ଗୀତରେ ଡାନ୍ସ କରିବାରେ ନଜର ଆସିଥିଲେ ସାରା । ସାରାଙ୍କୁ ଡାନ୍ସ ଶିଖାଉଥିଲେ ସୁଶାନ୍ତ । ସାରାଙ୍କ ଏହି ଡାନ୍ସ ସମୟର ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି ।

ସାରାଙ୍କ ବିଷୟରେ କହି ରଖୁଛୁ ଯେ ଫିଲ୍ମ କେଦାରନାଥରୁ ବଲିଉଡରେ ଡେବ୍ୟୁ କରିଛନ୍ତି ସାରା । ଏହି ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ ଏବଂ ସାରାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଦୁହେଁ ଏବେ ଫିଲ୍ମ ପ୍ରାମୋସନରେ ବ୍ୟସ୍ତ ଅଛନ୍ତି । ତେବେ ଫିଲ୍ମର ପ୍ରମୋସନ ପାଇଁ ରେଡିଓ ଷ୍ଟେସନରେ ପଂହଚିଥିବା ପରେ ସେଠାରେ ଏହି ଗୀତରେ ଦୁଇଜଣ କିଛି ଏହିଭଳି ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More