Only for Entertainment

ପିଲାଟି ଦିନରୁ ଖୁବ ସ୍ମାର୍ଟ ସାରା ଅଲି ଖାନ, ସୈଫଙ୍କ ସହିତ ଏହି ଭାଇରାଲ ଭିଡ଼ିଓ ତାହାର ପ୍ରମାଣ ।

aajtak
38

ସୈଫ ଅଲି ଖାନଙ୍କ ଝିଅ ସାରା ଅଲି ଖାନ ଫିଲ୍ମ କେଦାରନାଥ ଏବଂ ସିମ୍ବା ପରଠାରୁ ବେଶ୍ ଚର୍ଚ୍ଚାରେ ଅଛନ୍ତିି । ସାରାଙ୍କ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏବେ ସାରାଙ୍କର ଏକ ଖୁବ କ୍ୟୁଟ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସାରା ଅଲି ଖାନଙ୍କ ଏହି ଭାଇରାଲ ଭିଡ଼ିଓ ତାଙ୍କ ପିଲାଦିନର । ଭିଡ଼ିଓରେ ସାରା ବାପା ସୈଫଙ୍କ ସହିତ ସୁଟିଂ ସେଟରେ ଖେଳୁଥିବାର ନଜର ଆସିଛନ୍ତି । ସାରା ଖୁବ କ୍ୟୁଟ ଦେଖାଯାଉଛନ୍ତି କହିଲେ ଆଦୌ ଭୁଲ ହେବ ନାହିଁ । ସୈଫଙ୍କ ସହିତ ସାରାଙ୍କ ଖେଳିବା ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି ।

 

ଜଣେ ୟୁଜର ଭିଡ଼ିଓରେ କମେଂଟ କରିଛନ୍ତିଯେ ପିଲାଦିନେ ସାରା ଯେତିକି କ୍ୟୁଟ ଥିଲେ ଆଜି ମଧ୍ୟ ସେତିକି । ଅନ୍ୟ ଜଣେ ଲେଖିଛନ୍ତି ଆଜି ଇଂଟରନେଟର ସବୁଠାରୁ କ୍ୟୁଟ ଭିଡ଼ିଓ ।

ନିକଟରେ କରଣ ଜୋହରଙ୍କ ଶୋ କଫି ୱିଦ କରନକୁ ସୈଫ ଏବଂ ସାରା ପହଂଚିଥିଲେ । ଯେଉଁଥିରେ ଦୁଇଜଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କେତେକ କଥା ଜାଣିବାକୁ ମିଳିଲା । ସବୁଠାରୁ ଖାସ କଥା ହେଉଛି ଯେତେବେଳେ ସାରା ଜନ୍ମ ହୋଇଥିଲେ ସେତେବେଳେ ସୈଫଙ୍କ ବୟସ ଥିଲା ମାତ୍ର ୨୪ ବର୍ଷ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More