Only for Entertainment

କରୀନା କପୁରଙ୍କୁ ସାବତ ମା କହିବାରୁ ଏଭଳି ପ୍ରତିକ୍ରିୟା ଦେଲେ ସାରା ଅଲି ଖାନ ।

68

ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ ଫିଲ୍ମ କେଦାରନାଥରେ ଡେବ୍ୟୁ ପରଠାରୁ ଚର୍ଚ୍ଚାରେ ଅଛନ୍ତି । ସେ ବ୍ୟାକ ଟୁ ବ୍ୟାକ ଦୁଇଟି ହିଟ ଫିଲ୍ମ ଦେଇଛନ୍ତି, ଯେଉଁଥିରେ ଦର୍ଶକ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରିଛନ୍ତି । ସବୁଠାରୁ ଖାସ କଥା ହେଉଛି ତାଙ୍କ ଚୁଲବୁଲି ଅନ୍ଦାଜରେ ଦର୍ଶକ ତାଙ୍କର ଦିୱାନା ହୋଇ ଯାଇଛନ୍ତି । ନିକଟରେ ଏକ ଇଂଟରଭ୍ୟୁରେ ସାରା ଅଲି ଖାନ ତାଙ୍କ ସାବତ ମା କରୀନା କପୁରଙ୍କ ସହିତ ସଂପର୍କକୁ ନେଇ ମୁହଁ ଖୋଲିଛନ୍ତି ।

ସାରା ଏକ ଚ୍ୟାଟ ଶୋ’କୁ ଅତିଥି ହୋଇ ପହଂଚିଥିଲେ । ଯାହାର ପ୍ରମୋ ମଧ୍ୟ ଶେୟାର କରାଯାଇସରିଛି । ଶୋ’ରେ ତାଙ୍କୁ ପ୍ରଶ୍ନ କରାଗଲାଯେ ପୁ (କରୀନା କପୁର) ତୁମ ସାବତ ମା ହୋଇଥିବାରୁ କିଭଳି ଲାଗୁଛି, ସେ ଏହି କଥା ଶୁଣି ହସିବାକୁ ଲାଗିଲେ ଏବଂ କହିଲେ ଏହି କଥା ପୁଣିଥରେ କୁହ । ଲୋକ କହୁଥିଲେଯେ ମୁଁ ଚାହୁଁଥିଲି ଏହିଭଳି ହେଉ । ମୁଁ କରୀନା କପୁରଙ୍କ ବହୁତ ବଡ଼ ଫ୍ୟାନ । ମୁଁ ଚାହୁଁଥିଲିଯେ ସେ ମୋ ଜୀବନରେ ଆସନ୍ତୁ ଏହା ତାହା ହିଁ ହେଲା ।

କହିରଖୁଛୁଯେ ଏହା ପୂର୍ବରୁ ସେ କରୀନା କପୁରଙ୍କ ଖୁବ ପ୍ରଶଂସା କରି ସାରିଛନ୍ତି । କରୀନାଙ୍କ କାମକୁ ସେ ଖୁବ ପ୍ରଶଂସା କରନ୍ତି । ଥରେ ଏକ ଇଂଟରଭ୍ୟୁରେ କହିଥିଲେଯେ କରୀନା ଯେଉଁଭଳି କାମ କରନ୍ତି ତାହା ଅଦ୍ଭୁତ । ତେଣୁ ମୁଁ ତାଙ୍କ ଭଳି ପ୍ରଫେସନାଲ ଲାଇଫରେ ହେବାକୁ ଚାହୁଁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More