Only for Entertainment

ଟାଇଗର ଶ୍ରଫଙ୍କ ସହିତ କାମ କରିବାକୁ ମନା କଲେ ସାରା, ଏହି କାରଣରୁ ଛାଡିଲେ ‘ବାଗୀ-୩’

PINKVILLA
79

ସୈଫ ଅଲ୍ଲୀ ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କ ଏବେ ଦୁଇଟି ଫିଲ୍ମ ବଲିଉଡରେ ରିଲିଜ ହୋଇଛି । ବଲଉଡରେ କ୍ୟାରିୟର ଆରମ୍ଭ କରୁଥିବା ସାରା ଆଗାମୀ ଫିଲ୍ମ ‘ବାଗୀ-୩’ରେ ମଧ୍ୟ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସାରା । ଖବର ଅନୁସାରେ ସାରା ଟାଇଗର ଶ୍ରଫଙ୍କ ସୁପରହିଟ ସିରିଜ ‘ବାଗୀ’ର ଆଗାମୀ ଫିଲ୍ମରେ କାମ କରିବା ପାଇଁ ମନା କରି ଦେଇଛନ୍ତି ।

ଆଜ୍ଞା ହିଁ, ସାରା ‘ବାଗୀ-୩’ରେ କାମ କରିବା ପାଇଁ ମନା କରି ଦେଇଛନ୍ତି । ଏହାର କାରଣ ହେଉଛି ସାରା ଏବେ ବୁଝି ବିଚାରି ଫିଲ୍ମ ନେବା ପାଇଁ ଚିନ୍ତା କରିଛନ୍ତି । ଖବର ଅନୁସାର ସାରା ଏବଂ ରଣବୀର ସିଂଙ୍କ ଫିଲ୍ମ ‘ସିମ୍ବା’ ବକ୍ସ ଅଫିସରେ ହିଟ ହୋଇଥିଲେ ମଧ୍ୟ ରଣବୀରଙ୍କ ତୁଳନାରେ ସାରାଙ୍କୁ କମ ଦେଖିବାକୁ ମିଳିଥିଲା । ଫୂରା ଫିଲ୍ମରେ ସାରା ମାତ୍ର ୧୫ ମିନ୍ଖଙ୍କ ପାଇଁ ନଜର ଆସିଥିଲେ । ଯଦି ‘ବାଗୀ-୩’ରେ ସାରାଙ୍କ ଭୂମିକା ଟାଇଗରଙ୍କ ବରାବର ନଆସେ ତେବେ ତାଙ୍କ ଫିଲ୍ମ କ୍ୟାରିୟର ଉପରେ ପ୍ରଶ୍ନ ଉଠିପାରେ ।

ଏହି କାରଣ ପାଇଁ ସାରା ‘ବାଗୀ-୩’ରେ କାମ କରିବା ପାଇଁ ମନା କରିଦେଇଛନ୍ତି । ଏହା ଶୁଣିବାକୁ ମିଳିଠଛି ଯେ, ସାରା ଏବେ ସାବଧାନର ସହିତ ଫିଲ୍ମ ଚୟନ କରୁଛନ୍ତି ଯେପରି ସେ ପରଦାରେ ଦମଦାର ଚରିତ୍ରରେ ନଜର ଆସିବେ ଏବଂ ଦର୍ଶକ ତାଙ୍କ ଅଭିନୟକୁ ପସନ୍ଦ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More