Only for Entertainment

‘କେଦାରନାଥ’ ଓ ‘ସିମ୍ବା’ ପରେ ସାରାଙ୍କ ହାତକୁ ଆସିଲା ଜବରଦସ୍ତ ଆକ୍ସନ ଥ୍ରିଲର, ଟାଇଗର ଶ୍ରଫଙ୍କ ସହିତ କରିବେ ରୋମାନ୍ସ ।

thenews
24

ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ ଏବେ ନିଜର ଆଗାମୀ ଫିଲ୍ମ ‘ସିମ୍ବା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସେ ବଲିଉଡର ଭର୍ସାଟାଇଲ ଆକ୍ଟର ରଣବୀର ସିଂଙ୍କ ସହିତ ନଜର ଆସିବେ । ଚଳିତ ସାସରେ ‘କେଦାରନାଥ‘ରେ ଡେବ୍ୟୁ କରିବା ପରେ ପରେ ହିଁ ତାଙ୍କର ଦ୍ୱିତୀୟ ଫିଲ୍ମ ‘ସିମ୍ବା’ ରିଲିଜ ହେବାକୁ ଯାଉଛି । ବଲିଉଡରେ ଡେବ୍ୟୁ କରିବା ସହିତ ସାରା ଏବେ ମେକର୍ସଙ୍କ ପ୍ରଥମ ପସନ୍ଦ ମଧ୍ୟ ପାଲଟିଛନ୍ତି । ତାଜା ଖବର ଅନୁସାରେ ସାରାଙ୍କ ହାତକୁ ଏବେ ଆଉ ଏକ ଫିଲ୍ମ ଆସିଛି । ପିଲ୍ମରେ ତାଙ୍କ ଅପୋଜିଟରେ ନଜର ଆସିବେ ବଲିଉଡର ନୂଆ ଆକ୍ସନ ହିରୋ ଟାଇଗର ଶ୍ରଫ ।

tiger_Feature

ମିଡିଆ ରିପୋର୍ଟ ଅନୁସାରେ ସାରାଙ୍କ ତୃତୀୟ ଫିଲ୍ମ ହେଉଛି ସାଜିଦ ନାଡିଆୱାଲାଙ୍କ ବ୍ୟାନରରେ ନିର୍ମାତ ‘ବାଗୀ-୩’ । ଫିଲ୍ମରେ ସାରା ଟାଇଗର ଶ୍ରଫଙ୍କ ସହିତ ରୋମାନ୍ସ କରୁଥିବାର ନଜର ଆସିବେ । ସାରା ଯେଉଁଭଳି ଡେବ୍ୟୁ ଫିଲ୍ମରୁ ନିଜକୁ ପ୍ରମାଣିତ କରିଛନ୍ତି ତାକୁ ଦେଖିବା ପରେ ଲାଗୁଛି ଯେ ସାରାଙ୍କ ବଲିଉଡ କ୍ୟାରିଅର ଖୁବ ସଫଳ ରହିବ ।

କହିରଖୁଛୁ ଯେ, ସାରାଙ୍କ ଦ୍ୱିତୀୟ ଫିଲ୍ମ ‘ସିମ୍ବା’ ୨୮ ଡିସେମ୍ବରରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ଗୀତ ଏବେ ଠାରୁ ସୁପରହିଟ ହୋଇଗଲାଣି । ଟ୍ରେଲର ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More