Only for Entertainment

ସାରାଙ୍କ ଖୁଲାସା : ଫିଲ୍ମ ‘କେଦାରନାଥ’ର ଏହି ସିନ ଦେଖିବା ପରେ କାନ୍ଦିଥିଲେ ମା’ ଅମୃତା ସିଂ ।

Hindustan Times
45

ସାରା ଅଲ୍ଲୀ ଖାନ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘କେଦାରନାଥ‘ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି । ଫିଲ୍ମକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ତରଫରୁ ଭଲ ରେସ୍ପନ୍ସ ମିଳିଛି । ଏହି ଫିଲ୍ମ ସାରାଙ୍କ ଡେବ୍ୟୁ ଫିଲ୍ମ ହୋଇଥିବା ବେଳେ ସାରାଙ୍କ ଅଭିନୟକୁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି । ଏକ ଇଣ୍ଟରଭ୍ୟୁରେ ସାରା କହିଥିଲେ କେଦାରନାଥ ଦେଖିବା ପରେ ତାଙ୍କ ମା’ ଅମୃତାଙ୍କ ରିଆକ୍ସନ କିପରି ଥିଲା ।

ସାରା କହିଥିଲେ ଯେ, ‘ମା’ ଫିଲ୍ମର କାହାଣୀ ଶୁଣିଥିଲେ ଏବଂ ଫିଲ୍ମର କିଛି କ୍ଲିପ ମଧ୍ୟ ଦେଖିଥିଲେ । ଏହା ପରେ ମଧ୍ୟ ଫିଲ୍ମ ଦେଖିବା ପରେ କ୍ଲାଇମାକ୍ସ ସମୟରେ ସେ କାନ୍ଦିପକାଇଥିଲେ । ଏହା ମୋ ପାଇଁ ବହୁତ ବଡ କଥା ଥିଲା ।’

sara-ali-khan

ଅନ୍ୟପକ୍ଷରେ ସାରାଙ୍କ ଡେବ୍ୟୁ ଫିଲ୍ମର ସଫଳତାକୁ ସେଲିବ୍ରେଟ କରିବା ପାଇଁ କରିନା ଖାସ ପ୍ରସ୍ତୁତି କରିଛନ୍ତି । ସେ କହିଛନ୍ତି ଯେ, ମୋତେ କେଦାରନାଥରେ ସାରାଙ୍କ କାମ ଖୁବ ପସନ୍ଦ ଆସିଲା । ଖୁବ ଶୀଘ୍ର ମୁଁ ସାରାଙ୍କ ପାଇଁ ପାର୍ଟି ରଖିବି ।

କେଦାରନାଥର ବକ୍ସ ଅଫିସ କଲେକ୍ସନ ବିଷୟରେ କହିବାକୁ ଗଲେ ୩୫ କୋଟିରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ଏପର୍ଯ୍ୟନ୍ତ ୩୯ କୋଟି ଆୟ କରି ସାରିଛି । କେଦାରନାଥ ପରେ ସାରା ଖୁବ ଶୀଘ୍ର ରଣବୀର ସିଂଙ୍କ ସହିତ ସିମ୍ବାରେ ନଜର ଆସିବେ । ରୋହିତ ସେଟ୍ଟୀଙ୍କ ଏହି ଫିଲ୍ମ ୨୮ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More