କାହିଁକି ଝିଅ ସହିତ କାମ କରିବେ ନାହିଁ ଅମୃତା ସିଂ?
ସାରାଙ୍କୁ ଏବେ ବଲିଉଡର ଭବିଷ୍ୟତର ତାରକା ବୋଲି କୁହାଯାଉଛି । ସାରା ତାଙ୍କୁ ଲୁକ୍ସ ଏବଂ ବିନ୍ଦାସ ବ୍ୟବହାର ପାଇଁ ଏବେ ଖୁବ ଚର୍ଚ୍ଚାରେ । ଗତ କିଛି ଦିନ ପୂର୍ବରୁ ଖବର ଆସିଛିଯେ ସେ ପିତା ସୈଫ ଅଲି ଖାନଙ୍କ ସହିତ ଲଭ ଆଜ କଲ ଟୁରେ ନଜର ଆସିବେ । କିନ୍ତୁ ସୈଫ ଏହି କଥାକୁ ନାହିଁ କରିଚନ୍ତି ଏବଂ ଏଥିରେ ସତ୍ୟତା ନଥିବା ଜଣାଇଛନ୍ତି । ଥରେ ଏକ ଇଂଟରଭ୍ୟୁରେ ସାରା କହିଥିଲେଯେ ମୋତେ ଲାଗୁନାହିଁଯେ ମା ମୋ ସହିତ ଫିଲ୍ମରେ କାମ କରିବେ ।
ଫିଲ୍ମଫେୟାର ଇଂଟରଭ୍ୟୁରେ ସାରା କହିଛନ୍ତିଯେ ମୋ ବାପା ମୋ ସହିତ ପିଲ୍ମ କରିପାରନ୍ତି । କିନ୍ତୁ ମୋତେ ଲାଗୁନାହିଁଯେ ମୋ ମା ମୋ ସହିତ ଫିଲ୍ମ କରିବେ । ଯଦି ଏହିଭଳି ହେବ ତାଙ୍କର ସଂପୂର୍ଣ୍ଣ ଧ୍ୟାନ ମୋ ପାଶ୍ୱର୍କୁ ରହିବ । ସେ ସବୁବେଳେ ମୋ ମେକଅପ ଏବଂ ଡ୍ରେସକୁ ନେଇ ମୋତେ ଖୁବ ଶୁଣାନ୍ତି । କାରଣ ସେ ମମ । ତାଙ୍କ ସହିତ କାମ କରିବା ମୋ ପାଇଁ ଆଦୌ ଭଲ ନୁହେଁ । କିନ୍ତୁ ଏହା ମୋ ପାଇଁ ସବୁଠାରୁ ଭଲ ହେବ । ତେଣୁ ସେ ଏଭଳି କେବେ ମଧ୍ୟ କରିବେ ନାହିଁ ।
ପିତାଙ୍କ କଥା କହିବାରୁ ସାରା କହିଲେ ସେ ମୋ ବାପା ତେଣୁ ଏକା ସାଙ୍ଗରେ ଫିଲ୍ମ କରିବା ଅନୁଚିତ ।