Only for Entertainment

ସାର ଅଲ୍ଲୀ ଖାନଙ୍କୁ ମିଳିଲା ଦ୍ୱିତୀୟ ଫିଲ୍ମ, ରଣବୀରଙ୍କ ସହିତ କରିବେ ରୋମାନ୍ସ

Hindustan Times
0 46

ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ ଫିଲ୍ମ ‘କେଦାରନାଥ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥାନ୍ତେ । କିନ୍ତୁ କିଛି କାରଣରୁ ଏହାର ରିଲିଜ ଡେଟରେ ପରିବର୍ତ୍ତନ ହୋଇଛି । ତେବେ ପ୍ରଥମ ଫିଲ୍ମର ସୁଟିଂ ସରିବା ପୂର୍ବରୁ ସାରାଙ୍କୁ ଆଉ ଏକ ଫିଲ୍ମର ଅଫର ମିଳିଛି । ରୋହିତ ଶେଟ୍ଟୀ ତାଙ୍କୁ ନିଜର ଆଗାମୀ ଫିଲ୍ମ ‘ସିମ୍ବା’ରେ ରଣବୀର ସିଂଙ୍କ ବିପକ୍ଷରେ ସାଇନ କରିଛନ୍ତି । କୁହାଯାଉଛି ଏହି ଫିଲ୍ମରେ ସାରା ବଲିଉଡ ଡେବ୍ୟୁ କରିବେ ।

 

ବେଶ କିଛି ଦିନ ହେବ ସାରା ‘ସିମ୍ବା’ରେ ଅଭିନୟ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ଫିଲ୍ମର ନିର୍ମାତା ଏହି ଖବରକୁ କନଫର୍ମ କରିଛନ୍ତି । କରଣ ଜୋହର ଏବଂ ରୋହିତ ଶେଟ୍ଟୀ ଫିଲ୍ମରେ ସାରାଙ୍କୁ ସାଇନ କରିଥିବାର ସୂଚନା ଦେଇଛନ୍ତି । କିଛି ଦିନ ପୂର୍ବେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରାଯାଇଥିଲା । ପୋଷ୍ଟରରେ ରଣବୀରଙ୍କ କୁଲ ଏବଂ ଟପୋରୀ ଲୁକ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ବର୍ତ୍ତମାନ ସାରାଙ୍କ ଏଣ୍ଟ୍ରି କୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ବଢିବାକୁ ଲାଗିଛି ।


ଫିଲ୍ମରେ ରଣବୀର ଏକ ବଦମାଶ ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ଏହା ତେଲଗୁ ଫିଲ୍ମ ‘ଟ୍ୟାମ୍ପର’ର ରିମେକ । କରଣ ଜୋହର ଏହାର କେ- ପ୍ରଡ୍ୟୁସର ଥିବା ବେଳେ ଏହି ଫିଲ୍ମଟି ୨୮ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More