Only for Entertainment

ସାରା ଅଲ୍ଲୀ ଖାନଙ୍କ ଏହି ଅନ୍ଦାଜ ଲୋକଙ୍କୁ କଲା ଦିୱାନା, ଭିଡିଓ ଦେଖିଲେ ଆପଣ ମଧ୍ୟ କହିବେ So Sweet

Times of India
37

ସାରା ଅଲ୍ଲୀ ଖାନ ଏବଂ ରଣବୀର ସିଂ ଷ୍ଟାରର ଫିଲ୍ମ ସିମ୍ବା ବକ୍ସ ଅଫିସରେ ରିଲିଜ ହୋଇସାରିଛି । ଫିଲ୍ମ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ କ୍ରିଟିକ୍ସ ମଧ୍ୟ ଫିଲ୍ମକୁ ନେଇ ଭଲ ରିଭ୍ୟୁ ଦେଇଛନ୍ତି । ଫିଲ୍ମ ଦୁଇ ଦିନରେ ୪୭ କୋଟି ଆୟ କରି ସଫଳତାର ସହିତ ଆଗେଇ ଚାଲିଛି । ଇଚି ମଧ୍ୟରେ ସାରାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସାରା ନୂଆ ବର୍ଷ ଖୁସିରେ ମିଠା ବାଣ୍ଟୁଥିବାର ଦେଖିବାକୁ ମିଳିଛି ।

ସାରା ଏକ ବ୍ୟାଗରେ ମିଠା ପ୍ୟାକେଟ ଭର୍ତ୍ତି କରି ଲୋକଙ୍କୁ ବାଣ୍ଟୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ ସେ ଖୁବ ସାଦାରଣ ଲୁକରେ ନଜର ଆସିଥିଲେ । ସାରାଙ୍କ ଏହି ଅନ୍ଦାଜ ଲୋକଙ୍କୁ ଖୁବ ପସନ୍ଦ ଆସିଛି ।

 

କହିରଖୁଛୁ ଯେ, ସିମ୍ବା ସାରାଙ୍କ ଦ୍ୱିତୀୟ ଫିଲ୍ମ । ଏହା ପୂର୍ବରୁ ସେ ଫିଲ୍ମ କେଦାରନାଥ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ । ଫିଲ୍ମରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ସହିତ ସ୍କ୍ରିନ ସେୟାର କରିଥିଲେ । ଫିଲ୍ମରେ ସାରାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More