Only for Entertainment

ସାରା କଲେ ସ୍ୱିଜରଲାଣ୍ଡରେ ମସ୍ତି, ରୋହିତ ସେଟ୍ଟୀ ହେଲେ ଟ୍ରାଭେଲ ପାର୍ଟନର !

35

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ ଖୁବ ଶୀଘ୍ର ଫିଲ୍ମ ‘ସିମ୍ବା’ରେ ନଜର ଆସିବେ । ରୋହିତ ସେଟ୍ଟୀ ନିର୍ଦ୍ଦେଶିତ ଫିଲ୍ମର ଆଗାମୀ ସୁଟିଂ ସିଡ୍ୟୁଲୂ ପାଇଁ ରୋହିତ ସେଟ୍ଟୀ ଏବଂ ସାରା ସ୍ୱିଜରଲାଣ୍ଡ ଯାଇଛନ୍ତି । ସୁଟିଂରୁ ସମୟ ବାହାର କରି ସାରା ସ୍ୱିଜରଲାଣ୍ଡକୁ ଉପଭୋଗ କରିବା ସହ ସୋସିଆଲ ମିଡିଆରେ ଫଟୋ ମଧ୍ୟ ଶେୟାର କରିଛନ୍ତି । କେବଳ ସେ ନୁହଁନ୍ତି ତାଙ୍କ ସହ ରୋହିତ ସେଟ୍ଟୀ ମଧ୍ୟ ।

ସାରାଙ୍କ ପ୍ରଥମ ଫିଲ୍ମ କେଦାରନାଥ ଏବେ ପର୍ଯ୍ୟନ୍ତ ରିଲିଜ ହୋଇ ନାହିଁ, ତେବେ ଆଶା କରାଯାଉଛି ଯେ ତାଙ୍କର ରଣବୀର ସିଂ ଷ୍ଟାରର ଫିଲ୍ମ ସିମ୍ବା ପ୍ରଥମେ ରିଲିଜ ହୋଇଯିବ ।

ସାରା ଅନେକ ଦିନ ହେବ ବ୍ୟସ୍ତ ଅଛନ୍ତି କାରଣ ନିକଟରେ କରଣ ଜୋହର ହୋଷ୍ଟେଡ ଶୋ’ କଫି ୱିଥ କରଣରେ ପିତା ସୈଫ ଅଲ୍ଲୀ ଖାନଙ୍କ ସହ ନଜର ଆସିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ସିମ୍ବା ତାମିଲ ଫିଲ୍ମ ଟେମ୍ବରର ହିନ୍ଦୀ ରିମେକ ଅଟେ, ଯେଉଁଥିରେ ରଣବୀର ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More