Only for Entertainment

ସୁଶାନ୍ତ-ରଣବୀରଙ୍କ ପରେ ବରୁଣ ଧୱନଙ୍କ ସହିତ ରୋମାନ୍ସ କରିବେ ସାରା ଅଲ୍ଲୀ ଖାନ, ହାତକୁ ଆସିଲା ଏହି ବଡ ପ୍ରୋଜେକ୍ଟ ।

Bollyworm
29

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ରେମୋ ଡିସୁଜାଙ୍କ ଡ୍ୟାନ୍ସ ଫିଲ୍ମ ‘ଏବିସିଡି-୩’କୁ କରିବା ପାଇଁ ମନା କରିଦେଇଛନ୍ତି ବୋଲି ଆମେ ଆପଣଙ୍କୁ କହିଥିଲୁ । ମେକର୍ସ ଏବେ ଫିଲ୍ମ ପାଇଁ ନୂଆ ଅଭିନେତ୍ରୀ ଖୋଜୁଛନ୍ତି । ତେବେ ଫିଲ୍ମ ପାଇଁ ମେକର୍ସ ଜ୍ୟାକଲିନ ଫର୍ଣ୍ଣାଡିଜ, କୃତି ସେନନ ଏବଂ ଶ୍ରଦ୍ଧା କପୁରଙ୍କ ନାମ ବିଚାରକୁ ନେଇଛନ୍ତି । କିନ୍ତୁ ଏବେ ଖବର ଶୁଣିବାକୁ ମିଳୁଛି ଯେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଫିଲ୍ମରେ ନଜର ଆସି ପାରନ୍ତି ।

କହିରଖୁଛୁ ଯେ, ସବୁଟାରୁ ବଡ ଡ୍ୟାନ୍ସ ଫିଲ୍ମରେ କୋରିଓଗ୍ରାଫର ତଥା ଅଭିନେତା ପ୍ରଭୁଦେବାଙ୍କ ବ୍ୟତିତ ଧର୍ମେଶ ୟେଲାଣ୍ଡେ, ରାଘବ ଜୁୟାଲ ଏବଂ ପୁନିତ ପାଠକ ମଧ୍ୟ ନଜର ଆସିବେ । ଫିଲ୍ମର ପ୍ରଥମ ସିଡ୍ୟୁଲ ୨୨ ଜାନୁଆରୀରୁ ଅମୃତସରରେ ଆରମ୍ଭ ହେବ । ଏହା ପରେ ପୂରା ଟିମ ଲଣ୍ଡନ ଯିବେ । ଫିଲ୍ମ ୮ ନଭେମ୍ବର ୨୦୧୯ରେ ରିଲିଜ ହେବ ।

କ୍ୟାଟ୍ରିନା ଏବେ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏବଂ ଭାରତର ସିଡ୍ୟୁଲ ପୂରା ହୋଇନଥିବାରୁ ସେ ରେମୋଙ୍କ ଫିଲ୍ମରୁ ବାହାରିବାକୁ ନିଷ୍ପତ୍ତି ନେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More