Only for Entertainment

‘ଲଭ ଆଜ୍ କଲ୍-୨’ରେ ଦେଖିବାକୁ ମିଳିବ ସାରା ଏବଂ କାର୍ତ୍ତିକଙ୍କ ରୋମାନ୍ସ ।

India Today
22

ସୈଫ ଅଲ୍ଲୀ ଖାନ ଏବଂ ଦୀପିକା ପାଦୁକୋନ ଷ୍ଟାରର ଫିଲ୍ମ ‘ଲଭ ଆଜ୍ କଲ୍’ ୨୦୦୯ରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ବାସ୍ତବିକ ପ୍ରେମକୁ ଦର୍ଶାଯାଇଛି । ତେବେ ‘ଲଭ ଆଜ୍ କଲ୍’ର ସିକ୍ୱଲ ନିର୍ମାଣ ହେବ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି ।

ଫିଲ୍ମଫେୟରର ରିପୋର୍ଟ ଅନୁସାରେ ଇମତିଆଜ ଅଲ୍ଲୀ ଏହି ଫିଲ୍ମକୁ ଆଗକୁ ବଢାଇବାର ପ୍ଲାନିଂ କରୁଛନ୍ତି । ଖବର ଅନୁସାରେ ଏହି ସିକ୍ୱଲ ଫିଲ୍ମରେ ସୈଫଙ୍କ ଝିଅ ସାରା ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ । ସାରା ଏବେ କେଦାରନାଥ ଜରିଆରେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ସେହିପରି କାର୍ତ୍ତିକ ମଧ୍ୟ ସୁପରହିଟ ଫିଲ୍ମ ଦେଇ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି ।

Kartik-Aaryan-Sara-Ali-Khan-Imtiaz-Ali-FI-

ଫିଲ୍ମ ବିଷୟରେ ଏବେ କୌଣସି ନିଷ୍ପତି ନିଆଯାଇନାହିଁ । ସାରାଙ୍କ ଡେବ୍ୟୁ ଫିଲ୍ମ ‘କେଦାରନାଥ’ ୭ ଡିସେମ୍ବରରେ ରିଲିଜ ହେବ । ଏବେ ସେ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଅନ୍ୟପକ୍ଷରେ କାର୍ତ୍ତିକ ଏବେ ନିଜର ଆଗାମୀ ଫିଲ୍ମ ‘ଲୁକାଛୁପି’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ଅପୋଜିଟରେ କୃତି ସାନନ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More