Only for Entertainment

ସବୁ ନାୟିକାଙ୍କୁ ପଛରେ ପକାଇ ଲାଇମ ଲାଇଟ ଚୋରି କରି ନେଲେ ସାରା, ଦେଖନ୍ତୁ ଭିଡିଓ

latestly
162

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଏବଂ କାର୍ତ୍ତିକ ଆର‌୍ୟନ ଏବେ ନିଜର ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଖୁବଶୀଘ୍ର ଦୁହେଁ ‘ଲଭ ଆଜ କଲ ୨’ରେ ପ୍ରଥ ମଥର ପାଇଁ ଏକାଠି ନଜର ଆସିବେ । ଦୁହେଁ ନିଜର ଫଟୋ ପାଇଁ ସୋସିଆଲ ମିଡିଆରେ ଛାଇ ରହିଥିବା ବେଳେ ଏବେ ପୁଣିଥରେ ଦୁହେଁ ଲାଇମ ଲାଇଟକୁ ଆସିଛନ୍ତି ।

ଅସଲରେ ସାରା ଏକ ଫ୍ୟାସନ ଶୋ’ରେ ଫାଲଗୁନୀ ଓ ସେନ ଫିକକଙ୍କ ଡ୍ରେସ ପିନ୍ଧି ର‌୍ୟାମ୍ପ ୱାର୍କ କରିଥିଲେ । ସାରା ଏହି ସୁନ୍ଦର ଗାଉନରେ ଖୁବ ସୁନ୍ଦର ଦେଖାଯାଉଥିଲେ । ସାରାଙ୍କ ଫ୍ୟାସନ ଶୋ’ରେ କାର୍ତ୍ତିକ ଆର‌୍ୟନଙ୍କୁ ମଧ୍ୟ ସ୍ପଟ କରାଯାଇଥିଲା ।

 

 

View this post on Instagram

 

#saraalikhan on ramp

A post shared by Viral Bhayani (@viralbhayani) on

ଫ୍ୟାସନ ଶୋ’ର କିଛି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ସାରାଙ୍କ ର‌୍ୟାମ୍ପ ୱାର୍କ ସମୟରେ କାର୍ତ୍ତିକ ଆର‌୍ୟନ ଏବଂ ଭାଇ ଇବ୍ରାହିମ ଖାନ ତାଙ୍କୁ ଚିୟର କରୁଥିବାର ନଜର ଆସିଥିଲେ । ସାରାଙ୍କ ର‌୍ୟାମ୍ପ ୱାର୍କ ସମୟରେ କାର୍ତ୍ତିକଙ୍କ ଏକ୍ସପ୍ରେସନକୁ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି । ଫ୍ୟାସନ ଶୋ’ରେ ର‌୍ୟାମ୍ପୱାର୍କ କରିବା ପରେ ସାରା କହିଥିଲେ, ‘ପ୍ରଥମଥର ର‌୍ୟାମ୍ପ ୱାର୍କ କରିବାର ଅନୁଭୂତି ଖୁବ ଭଲ ଥିଲା । ଏହା କହିବା ଭୁଲ ହେବ ଯଦି ମୁଁ କହିବି ମୁଁ ନର୍ଭସ ନଥିଲି । ଦୁଇ ଜଣ ଡିଜାଇନର ମୋତେ ଏକ ସୁନ୍ଦର ଡ୍ରେସ ପିନ୍ଧିବା ପାଇଁ ଦେଇଥିଲେ ।’

 

View this post on Instagram

 

#kartikaaryan and #ibrahimalikhan surprise #saraalikhan as she walked the ramp tonite in the capital #viralbhayani @viralbhayani

A post shared by Viral Bhayani (@viralbhayani) on

ଫିଲ୍ମ ବିଷୟରେ କହିବାକୁ ଗଲେ ସାରା ରଣବୀର ସିଂଙ୍କ ସହିତ ଫିଲ୍ମ ସିମ୍ବାରେ ନଜର ଆସିଥିଲେ । ସେହିପରି କାର୍ତ୍ତିକ ଶେଷ ଥର ପାଇଁ ଫିଲ୍ମ ‘ଲୁକା ଛୁପି’ରେ କ୍ରିତି ସାନନଙ୍କ ସହିତ ନଜର ଆସିଥିଲେ । ଖୁବ ଶୀଘ୍ର ଦୁହେଁ ‘ଲଭ ଆଜ କଲ ୨’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More