Only for Entertainment

ରାଜନୀତିରେ ଯୋଗ ଦେବାକୁ ଚାହେଁ : ସାରା ଅଲ୍ଲୀ ଖାନ୍‌

dna
20

ବଲିଉଡ ଷ୍ଟାର୍‌ ସୈଫ୍‌ ଅଲ୍ଲୀ ଖାନ୍‌ ଓ ଅମ୍ରିତା ସିଂହଙ୍କ କନ୍ୟା ସାରା ଅଲ୍ଲୀ ଖାନ୍‌ ଇତି ମଧ୍ୟରେ ଦୁଇଟି ହିନ୍ଦୀ ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି। ଏ ଦୁଇଟି ଫିଲ୍ମ ହେଲା ‘କେଦାରନାଥ୍‌’ ଓ ‘ସିମ୍ବା’। ଉଭୟ ସିନେମା ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଛି। ଖାଲି ସେତିକି ନୁହେଁ ସାରାଙ୍କ ଅଭିନୟ ଦକ୍ଷତାକୁ ନେଇ ମଧ୍ୟ ପ୍ରଶଂସା କରାଯାଉଛି। ସାରା ବଲିଉଡରେ ପ୍ରବେଶ କରିବା ପୂର୍ବରୁ ଖୁବ୍‌ ଭଲ ପାଠ ପଢୁଥିଲେ। ସେ କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ଇତିହାସ ଏବଂ ରାଜନୀତି ବିଜ୍ଞାନରେ ଡିଗ୍ରି ହାସଲ କରିଛନ୍ତି।

ଜଣେ ସଫଳ ଅଭିନେତ୍ରୀ ହେବା ପରେ ସେ କ’ଣ କରିବାକୁ ଚାହାଁନ୍ତି ବୋଲି ଯେତେବେଳେ ସାରା ଅଲ୍ଲୀ ଖାନ୍‌କୁ ପ୍ରଶ୍ନ କରାଯାଇଥିଲା,ସେତେେବେଳ ତାଙ୍କର ଉତ୍ତର ଥିଲା ‘‘ରାଜନୀତିରେ ଯୋଗ ଦେବାକୁ ଚାହେଁ’’। ସାରା ଅଲ୍ଲୀ ଖାନ୍‌ ଭବିଷ୍ୟତରେ ରାଜନୀତି କ୍ଷେତ୍ରରେ ପାଦ ଥାପିବେ।

ଏବେ ସେ ଇମତିଆଜ୍‌ ଅଲ୍ଲୀଙ୍କ ନୂଆ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ସାରାଙ୍କ ବିପକ୍ଷରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ୍‌। ଏହା ଇମତିଆଜଙ୍କ ପୂର୍ବ ସୁପରହିଟ୍‌ ଫିଲ୍ମ ‘ଲଭ ଆଜକଲ୍‌’ର ସିକ୍ୱେଲ୍‌ ବୋଲି ଶୁଣିବାକୁ ମିଳୁଛି। ତା’ପରେ ସେ ବରୁଣ ଧଓ୍ଵନଙ୍କ ସହିତ ‘କୁଲି ନଂ ୧’ର ରିମେକ୍‌ରେ କାମ କରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More