Only for Entertainment

ଅଫେୟାର ଖବର ମଝିରେ ସୁଶାନ୍ତଙ୍କ ଫିଲ୍ମ ‘ସୋନଚିଡିଆ’ର ସ୍କ୍ରିନିଂରେ ନଜର ଆସିଲେ ସାରା

Times of India
34

ଅଭିଷେକ ଚୌବେଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ସୋନଚିଡିୟା’ ୧ ମାର୍ଚ୍ଚରେ ରିଲିଜ ହେବ । ଏହା ପୂର୍ବରୁ ବଲିଉଡ ଷ୍ଟାରମାନଙ୍କ ପାଇଁ ମୁମ୍ବାଇରେ ଫିଲ୍ମର ସ୍କ୍ରିନିଂ ରଖାଯାଇଥିଲା । ଏହି ଫିଲ୍ମର ସ୍କ୍ରିନିଂରେ ବଲିଉଡର ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା । ଫିଲ୍ମରେ ଅନେକ ଷ୍ଟାର ପହଁଚିଥିଲେ କିନ୍ତୁ ସମସ୍ତଙ୍କ ଠାରୁ ସାରାଙ୍କ ଏଣ୍ଟ୍ରୀ ଖାସ ରହିଥିଲା ।

sarasushant

ସାରା ନିଜର ପ୍ରଥମ କୋ-ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କୁ ସପୋର୍ଟ କରି ଅନନ୍ୟାଙ୍କ ସହିତ ସ୍କ୍ରିନିଂରେ ପହଁଚିଥିଲେ । କହିରଖୁଛୁ ଯେ, ଏବେ ସୁଶାନ୍ତ ଏବଂ ସାରାଙ୍କ ଲିଙ୍କଅପ ଖବର ଚର୍ଚ୍ଚାରେ ରହିଥିବା ବେଳେ ଦୁହେଁ ପରସ୍ପର ସହିତ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବା ନଜର ଆସିଛନ୍ତି ।

vicky

bhumi

ଫିଲ୍ମର ସ୍କ୍ରିନିଂରେ ସାରା, ସୁଶାନ୍ତଙ୍କ ବ୍ୟତିତ ଭିକି କୌଶଲ, ଭୂମି ପେଡନେକର ତାଙ୍କ ଭଉଣୀଙ୍କ ସହିତ ନଜର ଆସିଥିଲେ । ଏହି ଷ୍ଟାରହ୍କ ସମେସ ସ୍କ୍ରିନିଂରେ ଧଡକ ଷ୍ଟାର ଇଶାନ ଖଟ୍ଟର, ଜାବେଦ ଅଖତର-ସବାନା ଆଜମୀଙ୍କ ପରି କଳକାରଙ୍କୁ ଦେଲଖିବାକୁ ମିଳିଥିଲା ।

ishan

javed

କହିରଖୁଛୁ ଯେ, ଫିଲ୍ମ ଡକାୟତୀ ଉପରେ ଆଧାରିତ । ଫିଲ୍ମରେ ସୁଶାନ୍ତଙ୍କ ବ୍ୟତିତ ଭୂମି ପେଡନେକର, ମନୋଜ ବାଜପେୟୀ , ଆଶୁତୋଷ ରାଣାଙ୍କ ପରି କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More