Only for Entertainment

କେଦାରନାଥ ଏବଂ ସିମ୍ବା ପରେ ସାରାଙ୍କୁ ମିଳିଲା ଆଉ ଏକ ଫିଲ୍ମ !

21

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ ‘କେଦାରନାଥ’ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବେ । ଯଦିଓ ତାଙ୍କର ଏହି ଫିଲ୍ମ ରିଲିଜ ହୋଇନାହିଁ ,ମାତ୍ର ଏହି ଫିଲ୍ମର ଟିଜର ଏବେ କିଛି ଦିନ ହେବ ରିଲିଜ ହୋଇଥିଲା । କିନ୍ତୁ ଏବେ ଠାରୁ ସାରା ଡିମାଣ୍ଡିଂ ହୋଇଗଲେଣି , କାରଣ ସେ ଏବେ ଗୋଟେ ପରେ ଗୋଟେ ଫିଲ୍ମ ସାଇନ କରି ଚାଲିଛନ୍ତି । କେଦାରନାଥ ଫିଲ୍ମରେ ତାଙ୍କ ସହ ନଜର ଆସିବେ ଏବଂ ଏହି ଫିଲ୍ମ ନଭେମ୍ବର ୩୦ ତାରିଖରେ ରିଲିଜ ହେବ ।

ଏହାବ୍ୟତୀତ ସାରା ଏବେ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ରଣବୀର ସିଂଙ୍କ ନଜର ଆସିବେ । ସିମ୍ବା ଫିଲ୍ମରେ ସୋନୁ ସୁଦ ଏବଂ ଅଜୟ ଦେବଗନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଖବର ମୁତାବକ ଶୁଣିବାକୁ ମିଳିଛି ଯେ ସାରାଙ୍କୁ ଆଉ ଏକ ବଡ ଫିଲ୍ମ ଅଫର ମିଳିଛି । ଫିଲ୍ମଫେୟାର ରିପୋର୍ଟ ମୁତାବକ, ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀଙ୍କ ଆଗାମୀ ଫିଲ୍ମରେ କାର୍ତ୍ତିକ ଆର‌୍ୟନଙ୍କ ସହ ନଜର ଆସିବେ ସାରା ।

ଅସଲରେ କାର୍ତ୍ତିକ ଆର‌୍ୟନଙ୍କ ଅପୋଜିଟରେ ଇମତିଆଜ ଅଲ୍ଲୀ ଏକ ନୂଆ ଚେହେରା ଲଂଚ କରିବାକୁ ଚାହୁଥିଲେ । ଫିଲ୍ମ କେଦାରନାଥ ଟିଜର ଦେଖି ସେ ଖୁସି ହୋଇ ସାରାଙ୍କୁ ଏହି ଫିଲ୍ମ ପାଇଁ ନେବାକୁ ଚାହୁଁଛନ୍ତି । ଏହାପରେ ସେ ସାରାଙ୍କୁ ସ୍କ୍ରିପ୍ଟ ଶୁଣାଇ ତାଙ୍କୁ ଆପ୍ରୋଚ କରିଛନ୍ତି । ତେବେ ଏବେ ସାରାଙ୍କୁ ଏହି ଫିଲ୍ମ ପାଇଁ ସାରାଙ୍କୁ ସାଇନ କରାଯାଇ ସାରିଲାଣି, ମାତ୍ର ଏବେ ଯାଏଁ ସୁଟିଂ ଆରମ୍ଭ ହୋଇ ନାହିଁ କାରଣ ଏବେ ସ୍କ୍ରିପ୍ଟ ଉପରେ କାମ ଚାଲିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More