Only for Entertainment

‘ସିମ୍ବା’ର ସ୍ପେଶାଲ ସ୍କ୍ରିନିଂ: ମା’ ଅମୃତା ଏବଂ ଭାଇ ଇବ୍ରାହିମଙ୍କ ସହିତ ନଜର ଆସିଲେ ସାରା ଅଲ୍ଲୀ ଖାନ ।

Zee News
32

ମୁମ୍ବାଇରେ ମଙ୍ଗଳବାର ଫିଲ୍ମ ସିମ୍ବାର ସ୍ପେଶାଲ୍ ସ୍କ୍ରିନିଂ ଅନୁଷ୍ଠିତ ହୋଇ ଯାଇଛି । ସିମ୍ବାର ଏହି ସ୍ପେଶାଲ ସ୍କ୍ରିନିଂରେ ବଲିଉଡର ଅନେକ କଲାକାରଙ୍କୁ ଦେଖିବାକୁ ମିଳିଛି । ଅଭିନେତ୍ରୀ ସାରା ଅଲ୍ଲି ଖାନ୍ ନିଜ ମାଆ ଅମୃତା ସିଂ ଓ ଭାଇ ଇବ୍ରାହିମଙ୍କ ସହ ସିମ୍ବା ସ୍ପେଶାଲ୍ ସ୍କ୍ରିନିଂରେ ସାମିଲ୍ ହୋଇଥିଲେ । ଅନ୍ୟପକ୍ଷରେ ସ୍ୱାମୀ ରଣବୀରଙ୍କ ସହ ସିମ୍ବା ଦେଖିବାକୁ ପହଁଚିଥିଲେ ଦୀପିକା ପାଦୁକୋଣ । ଚଳଚ୍ଚିତ୍ର ସିମ୍ବା ଆସନ୍ତା ଶୁକ୍ରବାର ଅର୍ଥାତ ୨୮ ଡିସେମ୍ବରରେ ପରଦାକୁ ଆସିବାକୁ ଯାଉଛି । ଯାହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରୋହିତ୍ ସେଟ୍ଟି ।

ଦେଖନ୍ତୁ ଫଟୋ-

 

View this post on Instagram

 

Simmba screening ??❤️?? it’s a merry merry Christmas for sure!????????

A post shared by Sara Ali Khan (@saraalikhan95) on


deepika

simmba


କହିରଖୁଛୁ ଯେ, ସାରାଙ୍କ ଏହା ଦ୍ୱିତୀୟ ବଲିଉଡ ଫିଲ୍ମ । ଏହା ପୂର୍ବରୁ ସେ ଚଳିତ ମାସରେ ସୁଶାନ୍ତ ସିଂ ରାଜପୁତଙ୍କ ସହିତ ‘କେଦାରନାଥ’ରେ ବଲିଉଡ ଡେବ୍ୟୁ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More