Only for Entertainment

ଫିଲ୍ମ ପ୍ରମୋଶନ ପାଇଁ ପହଂଚିଲେ ସୁଶାନ୍ତ ଓ ସାରା,ସାମ୍ନାକୁ ଆସିଲା ସଲମାନଙ୍କ ସହିତ ମସ୍ତୀ କରୁଥିବାର ଫଟୋ ।

bollywood tadka
25

ସୈଫ ଅଲି ଖାନଙ୍କ ଝିଅ ସାରା ଅଲି ଖାନ ଖୁବଶୀଘ୍ର ଫିଲ୍ମ କେଦାନାଥରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି କାରଣରୁ ଖୁବ ଜୋରରେ ଚାଲିଛି ଫିଲ୍ମର ପ୍ରମୋଶନ ।ନିକଟରେ ଫିଲ୍ମ ପ୍ରମୋଶନ ପାଇଁ ସାରା ଏବଂ ସୁଶାନ୍ତ ସଲମାନଙ୍କ ବିଗ ଶୋ ବିଗବସ ୧୨ରେ ପହଂଚିଥିଲେ ।ଏହି ସମୟରେ ତିନି ଜଣଙ୍କୁ ଖୁବ ମସ୍ତୀ କରୁଥିବାର ଦେଖିବାକୁ ମିଳିଛି ।

ବାସ୍ତବରେ ସାରା ଫିଲ୍ମ ହମ ସାଥ ସାଥ ହୈର ସୁଟିଂ ସମୟରେ ସୈଫ ଓ ସଲମାନଙ୍କ ସହିତ ଖୁବ ସମୟ ବିତାଇଛନ୍ତି ।ତେଣୁ କୁହାଯାଉଛି ଆଗାମୀ ଏପିସୋଡରେ ସାରା ଏବଂ ସଲମାନ ପୁରୁଣା ସ୍ମୃତିକୁ ପୁଣିଥରେ ତାଜା କରିବେ ।କେବଳ ସେତିକି ନୁହେଁ ଦୁଇ ଜଣ ବିଗବସ ଘର ମଧ୍ୟକୁ ମଧ୍ୟ ଯିବେ ।

ୱର୍କ ଫ୍ରଂଟ କଥା କହିବା ତ ସଲମାନ ଏବେ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ମଧ୍ୟରେ ସମୟ ବାହାର କରି ସେ ୱାର୍ଲଡ ହକିର ଓପନିଙ୍ଗ ସେରମନିରେ କଟକ ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More