Only for Entertainment

ବ୍ଲାକ ହାର୍ଟରେ ବୋଲ୍ଡ ସିନ ଦେଇ ଚର୍ଚ୍ଚାରେ ସାରା ଖାନ ।

TopYaps
23

ଛୋଟପରଦର ସଂସ୍କାରୀ ବୋହୁ ସାରା ଖାନ ଏବେ ବେଶ ଚର୍ଚ୍ଚାରେ । ଏଥରକ ଅଭିନୟ ପାଇଁ କି ନୁହେଁ ବଂର ନିଜ ବୋଲ୍ଡ ରୋଲ ପାଇଁ ଅଭିନେତ୍ରୀଙ୍କୁ ନେଇ ଆରମ୍ଭ ହୋଇଛି ଗରମାଗରମ ଗସିପ । ନୂଆ ଭିଡିଓ ଆଲବମ ପାଇଁ ସାରା କରିଛନ୍ତ ଏମିତି କିଛ କାରନାମା ଯାହା ପାଇଁ ଲାଇମଲାଇଟରେ କେବଳ ତାଙ୍କୁ ନେଈ ଚର୍ଚ୍ଚା ପରେ ଚର୍ଚ୍ଚା ।

ବ୍ଲାକ ହାର୍ଟ ଟାଇଟେଲରେ ପ୍ରସ୍ତୁତ ହୋଇଛି ନୂଆ ଭିଡିଓ ଆଲବମ । ନୂଆ କାହାଣୀ,ନୂଆ କିରଦାରଙ୍କୁ ନେଇ ନିର୍ମାଣ ହୋଇଛି ଏହି ଆଲବମ ଯେଉଁଥିରେ ଛୋଟପରଦାର ସଂସ୍କାରୀ ବୋହୁ ଭାବେ ଜଣାଯାଉଥିବା ସାରା ଖାନଙ୍କ ଅଭିନୟ ରହିଛି । ତେବେ ସାରାଙ୍କ ଅଭିନୟକୁ ନେଇ ଏବେ ଉଠୁଛି ପଡୁଛି ଗ୍ଲାମର ଲେନ । କାରଣ ସବୁ ସୀମା ଟପିଯାଇ ପରଦାରେ ବୋଲ୍ଡ ଅବତାରରେ ନଜର ଆସିଛନ୍ତି ସାରା । ଆଲବମରେ ସେ ଦେଇଛନ୍ତି ଏକାଧିକ ବୋଲ୍ଡ ସିନ । ତେବେ ସାରାଙ୍କ ବୋଲ୍ଡ ସିନ,ହଟ ଅବତାରକୁ ତାଙ୍କ ଫ୍ୟାନମାନେ ସହଜରେ ଗ୍ରହଣ କରିପାରିନାହାନ୍ତି । ଜଣେ ମୁସଲିମ ଝିଅ ଏଭଳି ରୋଲରେ ଅଭିନୟ କରିବା ଅତ୍ୟଧିକ ଲଜ୍ଜ୍ୟା ଓ ନିନ୍ଦନୀୟ ଘଟଣା ବୋଲି ଫ୍ୟାନ ଟୁଇଟ କରି ନିଜ ନିଜର ମତ ରଖିଛନ୍ତି । ସୋସିଆଲ ମିଡିଆରେ ଏଭଳି ଅଭିନୟ ପାଇଁ ବେଶ ସମାଲୋଚନାର ମଧ୍ୟ ସେ ଶିକାର ହୋଇଛନ୍ତି । କେବଳ ଅଭିନୟ ନୁହେଁ କଣ୍ଠଦାନ ସହ ପ୍ରଯୋଜନା ୩ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବା ସତ୍ୱେ ସାରାଙ୍କୁ ପ୍ରଂଶସା ବଦଳରେ ସମାଲୋଚନାର ଶିକାର ହେବାକୁ ପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More