Only for Entertainment

ରିଲିଜ ହେଲା ଫିଲ୍ମ ସାଟେଲାଇଟ ଶଙ୍କର ର ନୂଆ ଗୀତ ‘ଆରୀ ଆରୀ’ !

20

ହିରୋ ଚଳଚ୍ଚିତ୍ର ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଆକ୍ଟର୍ ସୁରଜ ପାଂଚୋଲି ୪ ବର୍ଷ ପରେ ପରିଦାକୁ ଫେରିବାକୁ ଯାଉଛନ୍ତି । ତାଙ୍କ ଆଗାମୀ ଫିଲ୍ମର ଟାଇଟେଲ୍ ରହିଛି ‘ସାଟେଲାଇଟ୍ ଶଙ୍କର’ । ଯେଉଁଥିରେ ସୁରଜଙ୍କୁ ବଡରରେ ଦେଶକୁ ସୁରକ୍ଷା ଯୋଗାଉଥିବା ଜଣେ ଯବାନ ଚରିତ୍ରରେ ଦେଖିବାକୁ ମିଳିବ । ଫିଲ୍ମଟି ୧୫ ନଭେମ୍ବରରେ ରିଲିଜ୍ ହେବାକୁ ଥିବାବେଳେ ଏବେ ଆସିଛି ଫିଲ୍ମର ଏକ ଧୁମ୍ – ଧମାଲ୍ ଗୀତ ।

ଆଗାମୀ ବଲିଉଡ୍ ମୁଭି ‘ସାଟେଲାଇଟ୍ ଶଙ୍କର’ର ପ୍ରଥମ ଗୀତ ‘ଆରି ଆରି’ ମୁକ୍ତିଲାଭ କରିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେକା ସୁରଜ ପାଂଚୋଲିଙ୍କୁ ଦେଖିବାକୁ ମିଳିବ । ଆଉ ସୁରଜଙ୍କ ଜବରଦସ୍ତ ଡ୍ୟାନ୍ସ ଧମାଲ୍ ଦେଖିବାକୁ ମିଳିଛି ଏହି ଗୀତରେ । ଫିଲ୍ମରେ ଜଣେ ସୈନିକ ଭାବେ ନଜର ଆସିବେ ସୁରଜ୍ । ସିନେମାରେ ତାଙ୍କ ଚରିତ୍ରର ନାମ ଶଙ୍କର ରହିଛି । ମୁକ୍ତିଲାଭ କରିଥିବା ଏହି ଗୀତରେ କଣ୍ଠଦାନ କରିଛନ୍ତି ରୋମି ଏବଂ ବମ୍ବେ ରକର୍ସ ।

 

ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ତନିଷ୍କ ବାଗ୍ଚି । ଆଉ ଏହି ଗୀତର ଲିରିକ୍ସ ଦେଇଛନ୍ତି କୁମାର୍ ।  ଫିଲ୍ମରେ ସୁରଜଙ୍କ ବିପକ୍ଷରେ ନାୟିକା ଭାବେ ନବାଗତା ସୁନ୍ଦରୀ ମେଘନା ଆକାଶ । ଏହି ଅପକମିଂ ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଇଫ୍ରାନ୍ କମାଲ୍ । ଖୁବଶୀଘ୍ର ପରଦାରେ ଦେଖିବାକୁ ମିଳିବ ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More