Only for Entertainment

ଶତ୍ରୁଘ୍ନ ଉଡ଼ାଇଲେ ବିଜେପିର ଉପବାସର ମଜାକ, ପିଏମଙ୍କୁ ପଚାରିଲେ,ଚାଏ ପି ଥି ଚର୍ଚ୍ଚା ୟା ପକୋଡ଼ି ପର ଖର୍ଚ୍ଚା?

punjab kesari
0 48

ଭାଜପାର ଅସନ୍ତୁଷ୍ଟ ନେତା କୁହାଯାଉଥିବା ସାଂସଦ ଶତ୍ରୁଘ୍ନ ସିହ୍ନା ବିଜେପିର ଉପବାସକୁ ନେଇ ମଜାକ ଉଡ଼ାଇଛନ୍ତି ଏବଂ ସଂସଦର କାର୍ଯ୍ୟ ନ ଚାଲିବାକୁ ନେଇ ବିଜେପିକୁ ଦାୟୀ କହିଛନ୍ତି ।

ବାସ୍ତବରେ ଅଭିନେତା ଶତ୍ରୁଘ୍ନ ସିହ୍ନା ନିକଟରେ ଏକ ଟ୍ୱିଟ କରିଛନ୍ତି । ଯେଉଁଥିରେ ସେ ନିଜ ପାର୍ଟି ଉପରେ ଦୋଷାରୋପ କରିଛନ୍ତି । ସେ ଲେଖିଛନ୍ତିଯେ,ପ୍ରଧାନ ସେବକ,ପ୍ରଧାନ ରକ୍ଷକ ଏବଂ ପ୍ରଧାନ ଚୌକିଦାର! କ’ଣ ଏହି ଉପବାସକୁ ସେହିଭଳି ବୁଝିବାକୁ ପଡ଼ିବ ଯେପରି ପୂର୍ବରୁ କରାଯାଉଥିଲା । ଯେପରି କହୁଥିଲେଯେ,ନା ନିଜେ ଖାଇବି ନା ଅନ୍ୟକୁ ଖାଇବାକୁ ଦେବି । କେବଳ ଦୁଇଟି ପ୍ରଶ୍ନ ପଚାରିବାର ଅଛି । ପ୍ରଥମଟି ହେଉଛି ଯଦି ଆମେ ଉପବାସ ରଖିଛୁ ତ କିଭଳି ଭାଙ୍ଗିବୁ? ଅନ୍ୟଟି ହେଉଛି ଚା’କୁ ନେଇ ଚର୍ଚ୍ଚା ନା ବିନା ମତଲବରେ ପକୋଡ଼ିରେ ଖର୍ଚ୍ଚ?


ଶତ୍ରୁଘ୍ନଙ୍କର ଏହି ଟ୍ୱିଟ ପଛର କାରଣ କ’ଣ? ଶତ୍ରୁଘ୍ନ ପଚାରିଛନ୍ତିଯେ, ସଂସଦର କାର୍ଯ୍ୟ କ’ଣ ଠିକ ଭାବରେ ହୋଇପାରି ନାହିଁ? ସମସ୍ୟା ପାଇଁ କ’ଣ ବିପକ୍ଷ ଦଳ ଦାୟୀ? ପୂର୍ବରୁ ଆମେ ବିପକ୍ଷରେ ଥିବା ସମୟରେ ସପ୍ତାହ ଏବଂ ମାସ ମାସ ଧରି କାମ ଚାଲୁନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More