Only for Entertainment

ରିଲିଜ ହେଲା ଫିଲ୍ମ ‘ଝୁଟା କହିଁ କା’ର ପାର୍ଟି ସଙ୍ଗ ‘ସାଟାର୍ ଡେ ନାଇଟ୍’, ଦେଖନ୍ତୁ

YouTube
70

ପ୍ୟାର୍ କା ପଂଚନାମା ଓ ପ୍ୟାର୍ କା ପଂଚନାମା ଟୁରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ଓମକାର୍ ଓ ସନ୍ନି ପୁଣିଥରେ ନିଜ ଫନି -କମେଡି ଅନ୍ଦାଜ୍ରେ ଦର୍ଶକଙ୍କୁ ଏଂଟରଟେନ୍ କରିବାକୁ ଯାଉଛନ୍ତି । ଆଗାମୀ ବଲିଉଡ୍ କମେଡି ଫିଲ୍ମ ‘ଝୁଟା କହିଁ କା’ରେ ଓମ୍କାର୍ ଓ ସନ୍ନିଙ୍କ ଯୁଗଲବନ୍ଦୀ ପୁଣିଥରେ ଦେଖିବାକୁ ମିଳିବ । ଏହି ସିନେମାର ପାର୍ଟ ସଙ୍ଗ ‘ସାଟାର୍ ଡେ’ ନାଇଟ୍ ମୁକ୍ତିଲାଭ କରିଛି ।

ଗୀତରେ ଫିଲ୍ମର ଲିଡ୍ ଷ୍ଟାର୍ ଓମ୍ କପୁର୍ ଓ ସନ୍ନି ସିଂଙ୍କୁ ଦେଖିବାକୁ ମିଳିଛି । ଦୁଇ ସାଙ୍ଗଙ୍କ ମସ୍ତିକୁ ସ୍ଥାନ ଦିଆଯାଇଛି ଏହି ଗୀତରେ । ଗୀତରେ ଶୁଣିବାକୁ ମିଳିଛି ନୀରଜ ଶ୍ରୀଧର ଓ ଜ୍ୟୋତିକା ତାଙ୍ଗ୍ରିଙ୍କ ଗାୟିକୀ । ଏହି ଜବରଦସ୍ତ ପାର୍ଟି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅମଜାଦ୍ ନଦିମ୍ ଓ ଆମିର୍ । ଗୀତର ଲିରିକ୍ସ ବି ଦେଇଛନ୍ତି ଅମଜାଦ୍ ନଦୀମ୍ । ଆଉ ଏଥିରେ ର‌୍ୟାପ୍ କରିଛନ୍ତି ଏନବି ।

ଏହି କମେଡି ଚଳଚ୍ଚିତ୍ର ‘ଝୁଟା କହିଁ କା’ରେ କରଣ ଓ ବରୁଣ ଦୁଇ ସାଙ୍ଗ ଭାବେ ନଜର ଆସିଛନ୍ତି ଓମ୍ ଏବଂ ସନ୍ନି । ଆଉ ନିଜ ନିଜ ଗର୍ଲଫ୍ରେଣ୍ଡଙ୍କୁ ପଟେଇବା ପାଇଁ ମିଛ କୁହଁନ୍ତି ଏମାନେ । ଅନୁଜ ଶର୍ମା ଓ ଦୀପକ କୁମୁତଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସମିପ ଭଙ୍ଗା । ୧୯ ଜୁଲାଇରେ ପରଦାକୁ ଆସିବ ଚଳଚ୍ଚିତ୍ର ଝୁଟା କହିଁ କା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More