Only for Entertainment

ଶନିବାର ଦୋକାନ ବନ୍ଧ କରିବା ସମୟରେ କରନ୍ତୁ ଏହି କାର୍ଯ୍ୟ, ବିକ୍ରି ବଢିବା ସହିତ ନକରାତ୍ମକ ଶକ୍ତିର ପ୍ରଭାବ କମିବ

AliExpress
0 57

ଯଦି ଆପଣଙ୍କର ଦୋକାନ କିମ୍ବା ଅଫିସରେ ବିକ୍ରି କମ ହେଉଥାଏ କିମ୍ବା ଆପଣଙ୍କୁ କିଛି ବାସ୍ତୁ ଦୋଷର ଭୟ ଥାଏ ତେବେ ପ୍ରତ୍ୟେକ ଶନିବାର ଦୋକାନ ବନ୍ଧ କରିବା ସମୟରେ ବିରି ଡାଲିକୁ ନିଜ ଦୋକାନ କିମ୍ବା ଅଫିସରେ ବିଛାଇ ଦିଅନ୍ତୁ । ରବିବାର ଦିନ ଏକାକୁ ଝାଡୁରେ ଓଳାଇ ଏକ କଳା କପଡାରେ ବାନ୍ଧି ଦୋକାନ ଗେଟର ବାହାର ପାଶ୍ୱର୍ରେ ବାନ୍ଧି ଦିଅନ୍ତୁ । ଆଗାମୀ ଶନିବାରକୁ କପଡାକୁ କାଢି ଛକ ଉପରେ ରଖିଦିଅନ୍ତୁ । ଏପରି କରିବା ଦ୍ୱାରା ୫-୭ ସପ୍ତାହ ମଧ୍ୟରେ ଦୋକାନରେ ବିକ୍ରି ବଢିବ ।

ଅନେକ ସମୟରେ ଦୋକାନ କିମ୍ବା ଅଫିସରେ ବାସ୍ତୁ ଦୋଷ ରହିଥାଏ । ଯାହା ଫଳରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ । ଯେପରି ବିକ୍ରି କମ ହେବା, ଧନ କମିବା, ଋଣ ବଢିଯିବା ଇତ୍ୟାଦି । ଏପରି ସ୍ଥିତିରେ ଚିନର ଗୁଆନ ଗ୍ୟାଙ୍ଗ କିମ୍ବା କୁଆନ କୁଙ୍ଗ ଯେଦ୍ଧାଙ୍କ ମୁତ୍ତିକୁ ଦୋକାନ କିମ୍ବା ଅଫିସରେ ରଖିବା ଦ୍ୱାରା କାରବାର ବୃଦ୍ଧି ହୋଇଥାଏ ।
ଏହି ମୁତ୍ତି ଭାଙ୍ଗିବା ଅଶୁଭର ସଂଚାର ହୋଇଥାଏ । ତେଣୁ ମୁତ୍ତି କିଣିବା ସମୟରେ ଧ୍ୟାନ ରଖନ୍ତୁ କ୍ଲେ କିମ୍ବା ମେଟାସ ଅପେକ୍ଷା ପିତ୍ତଳର ମୁତ୍ତି କିଣନ୍ତୁ । ଏହାକୁ କାର୍ଯ୍ୟସ୍ଥଳର ଏପରି ସ୍ତାନରେ ରଖନ୍ତୁ ଯେପରି ସମସ୍ତଙ୍କ ନଜର ଏହା ଉପରେ ପଡିବ । ଏପରି କରିବା ଦ୍ୱାରା ଲାଭ ବୃଦ୍ଧି ହୋଇଥାଏ ।

ଚାଇନାର ଲୋକେ ଏମାନଙ୍କୁ ଦେବତା ମାନିଥାନ୍ତି । ତେବେ ଭୁଲରେ ମଧ୍ୟ ଏହି ମୁତ୍ତିକୁ ରୋଷେଇ କିମ୍ବା ଶୌଚାଳୟରେ ରଖନ୍ତୁ ନାହିଁ । ଘରର ଉତ୍ତର-ପଶ୍ଚିମ ଦିଗରେ ଏହାକୁ ସଜାଇ ରଖିପାରିବେ । ଦୋକାନ କିମ୍ବା ଅଫିସରେ ଏହି ମୁତ୍ତି ରଖି ପୂଜା ମଧ୍ୟ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More