Only for Entertainment

ସତ୍ୟମେବ ଜୟତେର ଦ୍ୱିତୀୟ ଗୀତ ରିଲିଜ, ନଜର ଆସିଲା ଜନ ଏବଂ ଆଏଶାଙ୍କ ରୋମାନ୍ସ ।

Deccan Chronicle
0 41

ଜନ ଇବ୍ରାହିମଙ୍କର ଦ୍ୱତୀୟ ଗୀତ ‘ପାନିୟୋଁ ସା’ ରିଲିଜ ହୋଇସାରିଛି । ଏହି ଗୀତକୁ ୟୁଟ୍ୟୁବରେ ଅପଲୋଡ କରାଯାଇଛି । ୩ ମିନିଟର ଗୀତର ଫିଲ୍ମର ଲିଡ ଜନ ଏବଂ ଆଏଶାଙ୍କର ରୋମାନ୍ସ ନଜର ଆସିଛି । ଗୀତକୁ ଏପର୍ଯ୍ୟନ୍ତ ୨ ଲକ୍ଷ ଥର ଦେଖା ସରିଛି ଓ ୨୭ ହଜାର ଲାଇକ ମିଳିଛି ।

ଗୀତକୁ କୁମାର ଲେଖିଛନ୍ତି ଓ ଆତିଫ ତୁଲସୀ ଗାଇଛନ୍ତି । ଗୀତ ୟୁଟ୍ୟବରେ ଖୁବ ପପୁଲାର ହେବାରେ ଲାଗିଛି । ଏହା ପୂର୍ବରୁ ସତ୍ୟମେବ ଜୟତେର ପ୍ରଥମ ଗୀତ ଦିଲବରକୁ ରିଲିଜ କରାଯାଇଥିଲା ଯାହାକୁ ଖୁବ ରେସପନ୍ସ ମିଳିଥିଲା । ପୂର୍ବ ଗୀତ ଖୁବ ଆଇଟମ ନମ୍ବର ଥିବା ସମୟରେ ଏହି ଗୀତଟି ଖୁବ ରୋମାଂଟିକ ଅନ୍ଦାଜରେ ନଜର ଆସିଛି ।

ଖବର ଅନୁସାରେ ଅକ୍ଷୟ କୁମାରଙ୍କ ଗୋଲ୍ଡ ଏବଂ ଜନଙ୍କ ସତ୍ୟମେବ ଜୟତେ ଗୋଟିଏ ଦିନରେ ରିଲିଜ ହେବ । ତେବେ ଅକ୍ଷୟ ଏବଂ ଜନ ଖୁବ ଭଲ ସାଙ୍ଗ । କିନ୍ତୁ ଏଥିରେ କୌଣସି ସମସ୍ୟା ନଥିବା କଥା କହିଛନ୍ତି ଖିଲାଡ଼ୀ ଅକ୍ଷୟ କୁମାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More