Only for Entertainment

ରିଲିଜ ହେଲା ପିଏମ ନରେନ୍ଦ୍ର ମୋଦିର ପ୍ରଥମ ଗୀତ ‘ସୌଗନ୍ଧ ମୁଝେ’ !

31

ବଲିଉଡ ଅଭିନେତାବିମବେକ ଓବରଙ୍କ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦି’ ଏବେ ଖୁବ ଚର୍ଚ୍ଚାରେ ରହିଛି । ବୁଧବାର ୨୦ ମାର୍ଚ୍ଚରେ ଫିଲ୍ମର ଟ୍ରେଲର ଲଂଚ କରାଯାଇଥିଲା। ଫିଲ୍ମରେ ବିବେକ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ନଜର ଆସିଛନ୍ତି । ଟ୍ରେଲର ଲଂଚ ଅବସରରେ ଫିଲ୍ମର ସମସ୍ତ ଷ୍ଟାର କାଷ୍ଟ ଉପସ୍ଥିତ ଥିଲେ ।

ଫିଲ୍ମର ଟ୍ରେଲର ସେୟାର କରିବା ପରେ ୟୂୁଜରଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । କେହି କେହି ଭିଡିଓରେ ଖରାପ କମେଣ୍ଟ ମଧ୍ୟ କରିଥିଲେ । ଏପରି କି ଜଣେ ୟୁଜର ଲେଖିଥିଲେ ନିର୍ବାଚନ ପୂର୍ବରୁ ମୁଭି.. ବୋଧ ହୁଏ ବିଜେପିର କନଫିଡେନ୍ସ ନାହିଁ ।

ତେବେ ଏହା ଭିତରେ ଏହି  ଚଳଚ୍ଚିତ୍ର ପିଏମ୍ ନରେନ୍ଦ୍ର ମୋଦିର ପ୍ରଥମ ଗୀତ ‘ସୌଗନ୍ଧ ମୁଝେ’ ମୁକ୍ତିଲାଭ କରିଛି । ଶସି – ଖୁସିଙ୍କ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ସୁଖୱିନ୍ଦର୍ ସିଂ ଓ ଶସି ସୁମନ୍ ।

କହିରଖୁଛୁ ଯେ, ଓମୁଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଏହି ସିନେମାଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଛି । ଲୋକସଭା ନିର୍ବାଚନ ୧୧ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ବେଳେ ମୁଭି ୫ ଏପ୍ରିଲରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନର ଅନେକ ଅଜଣା ଅଂଶ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More