Only for Entertainment

୨ ମାସର ପୁଅ ସହିତ ସୌମ୍ୟା ଟଣ୍ଡନଙ୍କ ଫଟୋସୁଟ, ଫଟୋରେ ନଜର ଆସିଲା ମା-ପୁଅଙ୍କ କ୍ୟୁଟ କେମେଷ୍ଟ୍ରୀ

BollywoodShaadis
52

ଟିଭିର ପପୁଲାର ଶୋ’ ‘ଭାବି ଜୀ ଘର ପର ହେ’ ଫେମ ଅଭିନେତ୍ରୀ ସୌମ୍ୟା ଟଣ୍ଡନ ୧୪ ଜାନୁଆରୀରେ ପୁଅ ମିରାନଙ୍କୁ ଜନ୍ମଦେଇଥିଲେ । ନିକଟରେ ସୌମ୍ୟା ନିଜ ଛୋଟ ରାଜକୁମାରଙ୍କ ସହିତ ଏକ ଫଟୋ ସେସନ କରାଇଛନ୍ତି । ମା’ ପୁଅଙ୍କ ଏହି ସୁନ୍ଦର ଏବଂ କ୍ୟୁଟ ଫଟୋକୁ ପପୁଲାର ସେଲିବ୍ରିଟି ଫଟୋଗ୍ରାଫ ର ସଚିନ କୁମାର କ୍ଲିକ କରିଛନ୍ତି । ଏହି ଫଟୋସୁଟର ଫଟୋକୁ ସଚିନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଏହି ଫଟୋ ଗୁଡିକରେ ଲିଟିଲ କିଡ ମିରାନଙ୍କ କ୍ୟୁଟନେସ ଆପଣଙ୍କ ହୃଦୟ ଜିତି ନେବ । ଫଟୋରେ ମା-ପୁଅଙ୍କ ଜବରଦସ୍ତ କେମେଷ୍ଟ୍ରୀ ଲୋକଙ୍କୁ ଖୁବ ପସନ୍ଦ ଆସିଛି ।

ଦେଖନ୍ତୁ ଫଟୋ-

କହିରଖୁଛୁ ଯେ, ସୌମ୍ୟା ଡିସେମ୍ବର ୨୦୧୬ରେ ବ୍ୟଙ୍କର ସୌରଭ ସିଂଙ୍କୁ ଏକ ପ୍ରାଇଭେଟ ସେରେମୋନୀରେ ବିବାହ କରିଥିଲେ । ଭାବି ଡୀ ଘର ପର ହେ ଜରିଆରେ ଲୋକପ୍ରିୟ ହୋଇଥିବା ସୌମ୍ୟା ଫିଲ୍ମ ‘ଜବ ଉଇ ମେଟ’ରେ ମଧ୍ୟ ନଜର ଆସିଥିଲେ । ଫିଲ୍ମରେ ତାଙ୍କୁ କରୀନାଙ୍କ ଭଉଣୀ ଭୂମିକାରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More