Only for Entertainment

କ୍ରାଇମ୍ ସୋ’ ‘ସାବଧାନ ଇଣ୍ଡିଆ’କୁ ବନ୍ଦ କରିବାର ଆଦେଶ, କାରଣ ଶୁଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ !

Times Now Hindi
0 125

ଟିଭିରେ ଦୀର୍ଘ ସମୟ ଧରି ଚାଲି ଆସୁଥିବା ପପୁଲାର ସୋ ‘ସାବଧାନ ଇଣ୍ଡିଆ’ ବନ୍ଦ ହେବାକୁ ଯାଉଛି । ଆଜ୍ଞା ହଁ, ବିଶେଷ ସୂତ୍ରରୁ ପ୍ରକାଶ ଯେ ଚ୍ୟାନେଲର ନିର୍ମର୍ାଣକାରୀ ଏହି ସୋ’କୁ ତୁରନ୍ତ ବନ୍ଦ କରିବା ଲାଗି ନିର୍ଦ୍ଧେଶ ଦେଇଛନ୍ତି । ଦେଖିବାକୁ ଗଲେ ଏହି ସୋର ଟିଆରପି ସବୁବେଳେ ଉଚ୍ଚ ସ୍ତରରେ ରହ ଆସିଛି । ପ୍ରଥମେ ଏହି ସୋ ଲାଇଫ ଓକେ ଚ୍ୟାନେଲରେ ଆସୁଥିଲା, ମାତ୍ର ପରେ ଏହା ଷ୍ଟାର ଭାରତ ଚ୍ୟାନେଲରେ ପ୍ରସାରଣ କରାଗଲା । ଏଠାରେ ଆମେ କହି ରଖୁଛୁ ଯେ କେବଳ ସାବଧାନ ଇଣ୍ଡିଆ ଏହି ଚ୍ୟାନେଲରେ ପରିବେଶଣ ହୋଇଥାଏ ।

ସୂତ୍ର ମୁତାବକ ଏହି ସୋ କୁ ବନ୍ଦ କରିବା ଅର୍ଥ ହେଉଛି ଏହି ସୋ ରେ ଦେଖାଯାଉଥିବା କାହାଣୀ , ଯାହାକୁ ନେଇ ଅନେକ ଅଭିଯୋଗ ଆସୁଛି । ସାବଧାନ ଇଣ୍ଡିଆର କାହାଣୀକୁ ନେଇ ଲଗାତାର ଅଭିଯୋଗ ଆସିବାରେ ଲାଗିଛି । ଏହି ସୋ’ରେ ଅପରାଧ ଘଟଣା ଗୁଡିକୁ ଦେଖାଇବାର ଶୈଳୀ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଏହି କାରଣରୁ ଚ୍ୟାନେଲ ତୁରନ୍ତ ଏହି ସୋ’କୁ ବନ୍ଦ କରିବାର ନିର୍ଣ୍ଣୟ ନେବାକୁ ପଡିଛି । ବର୍ତ୍ତମାନ ଚ୍ୟାନେଲ ଏକ ନୂଆ ପଲିସିର ଚୟନ କରିଛନ୍ତି ।

ନୂଆ ପଲିସି ଅନୁସାରେ ଷ୍ଟାର ଭାରତ ଏପରି ସୋ ପ୍ରସାରଣ କରିବ ଯାହା ଉଭୟ ସହର ଏବଂ ଗ୍ରାମୀଣ କ୍ଷେତ୍ରର ଦର୍ଶକମାନଙ୍କୁ ପସନ୍ଦ ଆସିବ । ରିପୋର୍ଟ ଅନୁସାରେ ଏହି ସୋ’ରେ ପ୍ରସାରଣ କରାଯାଉଥିବା ଅପରାଧୀକ କାହାଣୀକୁ ନେଇ ଚ୍ୟାନେଲକୁ ଅନେକ ଆଲୋଚନାର ସାମ୍ନା କରିବାକୁ ପଡୁଛି । ଏହି କାରଣରୁ ସୋ’କୁ ବନ୍ଦ କରିବାର ନିର୍ଣ୍ଣୟ ନେବାକୁ ପଡିଛି ।

ଚାରି ବର୍ଷ ଧରି ଦର୍ଶକଙ୍କର ମନପସନ୍ଦ ସୋ ହେବା ସତ୍ତେ୍ୱ ଏହି ସୋ’କୁ ବନ୍ଦ କରିବାର ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More