Only for Entertainment

ଏହି ପ୍ରକ୍ରିୟା ଆପଣାନ୍ତୁ ଓ ହୃଦଘାତକୁ କୁହନ୍ତୁ ବାଏ ବାଏ ।

Reader's Digest
0 40

ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ସମୟ ମିଳୁନାହିଁ କିମ୍ବା ସବୁକିଛି ଜାଣି ମଧ୍ୟ ଆମେ ଅଜଣା ଭଳି ମନେ କରୁଛୁ । କିନ୍ତୁ ଏହି ଅବହେଳା ଯୋଗୁଁ ଆମେ ବିଭିନ୍ନ ରୋଗର ଶୀକାର ହେଉଛୁ । ଯାହାର ପ୍ରକୃତ କାରଣ ଆମର ଅଳସୁଆମୀ ଗୁଣ ମଧ୍ୟ । ଏହା ଦ୍ୱାରା ଆମେ ବଡ଼ ବଡ଼ ରୋଗର ମଧ୍ୟ ଶୀକାର ହେଉଛୁ । ତେବେ ସବୁଠାରୁ ଏକ ଚିନ୍ତାର ବିଷୟ ସାଜିଛି ହୃଦରୋଗ । ଯାହା ତତକ୍ଷଣାତ ଆସିଥାଏ ଏବଂ ଜୀବନ ହରାଇବାକୁ ପଡ଼ିଥାଏ । କିନ୍ତୁ ଏଥିରୁ ମୁକ୍ତି ପାଇବା ପାଇଁ ମଧ୍ୟ ସରଳ ଉପାୟ ରହିଛି । ଆସନ୍ତୁ ଜାଣିବା ।

ଶରୀରରେ କୋଲେଷ୍ଟ୍ରଲ ବଢିବା ଦ୍ୱାରା ହୃଦଘାତ ଆସିଥାଏ । ତେବେ ଏଥିରୁ ମୁକ୍ତି ପାଇବା ଔଷଧ ନୁହେଁ ବରଂ ପୁଷ୍ଟକର ଖାଦ୍ୟ ଖାଆନ୍ତୁ ।

ହୃଦଘାତର ଏକ ମୁଖ୍ୟ କାରଣ ହେଉଛି ଧୂମ୍ରପାନ । ଯେଉଁମାନେ ଥରେ ଯଦି ହୃଦଘାତର ଶୀକାର ହୋଇଥାନ୍ତି ତେବେ ଏହାକୁ ବର୍ଜନ କରିବା ଉଚିତ । ଏହାକୁ ସମସ୍ତେ ବର୍ଜନ କରିବା ଖୁବ ଭଲ ।

ଡାଏଟରେ ଭିଟାମିନ ଇ,ମ୍ୟାଗ୍ନେସିୟମ,ପୋଟାସିୟମ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ଏହା କୋଲେଷ୍ଟ୍ରଲ କମ କରିବାରେ ସାହାଯ୍ୟ କରିଥାଏ ।

ପ୍ରତିଦିନ ବ୍ୟାୟାମ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More