Only for Entertainment

ଆଞ୍ଜୋଲିନା ଜୋଲିଙ୍କୁ ପଛରେ ପକାଇ ସ୍କାରଲେଟ ହେଲେ ଦୁନିଆର ସବୁଠାରୁ ଅଧିକ ଆୟ କରୁଥିବା ଅଭିନେତ୍ରୀ ।

PopCulture
0 42

ଦୁନିଆର ସବୁଠାରୁ ଅଧିକ ଆୟ କରୁଥିବା ଅଭିନେତ୍ରୀ ତାଲିକାର ଶ୍ରେଷ୍ଠରେ ରହିଛନ୍ତି ‘ଲଷ୍ଟ ଇନ ଟ୍ରାନ୍ସଲେସନ’ ଫେମ ଅଭିନେତ୍ରୀ ସ୍କାରଲେଟ ଜନସନ । ଫେବର୍ସ ପତ୍ରିକାରେ ପ୍ରକାଶ ପାଇଥିବା ତାଲିକାରେ ସ୍କାରଲେଟ ପ୍ରଥମ ସ୍ଥାନରେ ରହିଛନ୍ତି ।

ରିପୋର୍ଟ ଅନୁସାରେ ୩୩ ବର୍ଷୀୟ ଅଭିନେତ୍ରୀ ସ୍କାରଲେଟ ୧ଜୁନ ୨୦୧୭ ରୁ ୧ଜୁନ ୨୦୧୮ ମଧ୍ୟରେ ୪.୦୫ କୋଟି ଡଲାର ରୋଜଗାର କରିଛନ୍ତି ଯାହା ଗତବର୍ଷ ତୁଳନାରେ ଚାରିଗୁଣ ଅଧିକ । ସ୍କାରଲେଟ ଅଭିନେତ୍ରୀ ଆଞ୍ଜୋଲିନା ଜୋଲିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଆଞ୍ଜୋଲିନା ୨.୮ କୋଟି ଜଲାର ସହିତ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅଭିନେତ୍ରୀ ଜେନିଫର ଏନିଷ୍ଟନ ୧.୯୫ କୋଟି ଡଲାର ସହିତ ତୃତୀୟ ସ୍ଥାନରେ ରହିଛନ୍ତି ।

ଚଳିତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ଆଭେଞ୍ଜର୍ସ ଇନଫିନିଟି ୱାରରେ ନଜର ଆସିଥିଲେ । ସ୍କାରଲେଟଙ୍କ ଆଗାମୀ ଫିଲ୍ମ ୨୦୧୯ରେ ରିଲିଜ ହେବ । ଏହି ଫିଲ୍ମକୁ ଜିସେ ବାଲ୍ଟ ଡିଜନୀ ଏବଂ ମାର୍ବଲ ଷ୍ଟୁଡିଓ ନିର୍ମାଣ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More