Only for Entertainment

ଶେଜୱାନ୍‌ ଚିକେନ୍‌ ପ୍ରସ୍ତୁତି ପ୍ରଣାଳୀ, ଆଜି ହିଁ ଟ୍ରାଏ କରନ୍ତୁ

goingmywayz
38

ସାମଗ୍ର-

୫୦୦ ଗ୍ରାମ୍‌ ବୋନ୍‌ଲେସ୍‌ ଚିକେନ୍‌, ଅଧ ଚାମଚ ହ୍ବାଇଟ୍‌ ଗୋଲମରିଚ, ୧ ଟେବଲସ୍ପୁନ୍‌ ଅଦା-ରସୁଣ ପେଷ୍ଟ, ୧ ଚାମଚ ସୋୟା ସସ୍‌, ୨ ଟେବଲସ୍ପୁନ୍‌ କର୍ଣ୍ଣଷ୍ଟାର୍ଚ, ୧ଟି ଅଣ୍ଡା, ଛାଣିବା ପାଇଁ ତେଲ, ୨ ଚାମଚ କଟା ପିଆଜ ଷଣ୍ଢା, ୧ ଚାମଚ ଟମାଟୋ ସସ୍‌, ୨ ଟେବଲସ୍ପୁନ୍‌ ଶେଜୱାନ୍‌ ସସ୍‌, ୧ ଚାମଚ ସୋୟା ସସ୍‌, ୧ ଚାମଚ ଭିନେଗାର, ୧୫୦ ମିଲି ପାଣି, ଆବଶ୍ୟକ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଏକ ପାତ୍ରରେ ବୋନ୍‌ଲେସ୍‌ ଚିକେନ୍‌, ଅଧ ଚାମଚ ଲୁଣ, ହ୍ବାଇଟ୍‌ ଗୋଲମରିଚ ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ସୋୟା ସସ୍‌, କର୍ଣ୍ଣଷ୍ଟାର୍ଚ, ଅଣ୍ଡା ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ୩୦ ମିନିଟ୍‌ ଯାଏ ମାରିନେଟ୍‌ କରିବା ପାଇଁ ରଖି ଦିଅନ୍ତୁ। ଏବେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇ ତେଲ ଗରମ କରି ଏଥିରେ ମାରିନେଟ୍‌ ହୋଇ ରହିଥିବ ଚିକେନ୍‌ ପକାଇ ବ୍ରାଉନ୍‌ ହେବା ଯାଏ ସିଝାନ୍ତୁ। ଏବେ ଏହାକୁ ଗ୍ୟାସ୍‌ରୁ ବାହାର କରି ଅଲଗା ରଖନ୍ତୁ। ଏବେ ପ୍ୟାନ୍‌ରେ ୨ ଟେବଲସ୍ପୁନ୍‌ ତେଲ ଗରମ କରି ଏଥିରେ କଟା ରସୁଣ, କଟା ଅଦା ଓ କଞ୍ଚା ଲଙ୍କା ପକାଇ ଦୁଇ ମିନିଟ୍‌ ଯାଏ ଭାଜନ୍ତୁ। ଏବେ ଏଥିରେ କଟା ପିଆଜ ପକାଇ ବ୍ରାଉନ୍‌ ହେବା ଯାଏ ଭାଜନ୍ତୁ। ଏଥିରେ କଟା ପିଆଜ ଷଣ୍ଢା ପକାଇ ମଧ୍ୟମ ଆଞ୍ଚରେ ୩ରୁ ୪ ମିନିଟ୍‌ ଭାଜନ୍ତୁ। ଏଥିରେ ସୋୟା ସସ୍‌, ଶେଜୱାନ ସସ୍‌, ସୋୟା ସସ୍‌, ଭିନେଗାର, ଚିନି, ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ମିଶାନ୍ତୁ। ଏବେ ଏଥିରେ ୧୫୦ ମିଲି ପାଣି ଦେଇ କିଛି ସମୟ ଫୁଟାନ୍ତୁ। ଅନ୍ୟ ଏକ ଗିନାରେ ୧ ଟେବଲସ୍ପୁନ୍‌ କର୍ଣ୍ଣଷ୍ଟାର୍ଚ, ଦେଢ଼ ଚାମଚ ପାଣି ମିଶାନ୍ତୁ। ଏହି ମିଶ୍ରଣକୁ ପ୍ୟାନ୍‌ରେ ଢାଳି ମିଶାନ୍ତୁ। ଏବେ ସିଝା ଚିକେନ୍‌କୁ ଏଥିରେ ପକାଇ ଗୋଳାନ୍ତୁ। ଏହି ଚିକେନ୍‌କୁ ମଧ୍ୟମ ଆଞ୍ଚରେ ୫ରୁ ୭ ମିନିଟ୍‌ ଯାଏ ସିଝିବାକୁ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଶେଜୱାନ୍‌ ଚିକେନ୍‌। ପିଆଜ ଷଣ୍ଢାରେ ଏହାକୁ ସଜାଇ ଗରମ ଗରମ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More