Only for Entertainment

ଶିକ୍ଷକ ଛାତ୍ରମାନଙ୍କୁ ଦଣ୍ଡ ସ୍ୱରୂପ ଦେଲେ ଧୂମପାନ କରିବାକୁ, ଭିଡିଓ ହେଲା ଭାଇରାଲ !

33

ପ୍ରାଇମେରୀ ଛାତ୍ରଙ୍କୁ ଶିକ୍ଷକଙ୍କ ତରଫରୁ ମିଳିଛି ଏଭଳି ଦଣ୍ଡ ଯାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଶିକ୍ଷକ ଜଣକ ଦଣ୍ଡ ସ୍ୱରୁପ ନାବାଳକ ଛୁଆ ମାନଙ୍କୁ ଧୂମପାନ କରିବାକୁ ବାଧ୍ୟ କରିଛନ୍ତି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଇଣ୍ଡୋନେସିଆର ୱେଷ୍ଟ ଜାଭାର ଶୁଣିବାକୁ ମିଳିଛି ।

ଇଂଟରନେଟରେ ଏହି ଭିଡିଓ ନ୍ୟୁଜ ୱେବସାଇଟ ତରଫରୁ ଶେୟାର କରାଯାଇଛି । ଭିଡିଓରେ ଆପଣ ଦେଖିପାରିବେ ପବ୍ଲିକ ଏଲିମେଂଟ୍ରି ସ୍କୁଲର ଦ୍ୱିତୀୟ ଗ୍ରେଡର ଛାତ୍ର ଶିକ୍ଷକଙ୍କ ସାମ୍ନାରେ ସ୍କୁଲ ୟୁନିଫର୍ମ ସହ ଧୂମପାନ କରୁଥିବା ଦେଖିବାକୁ ମିଳିଛି ।

 

ଭିଡିଓ ଦେଖି ଲାଗୁଛି ଯେ ଛାତ୍ରମାନେ ନିୟମ ଉଲଂଘନ କରି ସ୍କୁଲରେ ଧୂମପାନ କରୁଛନ୍ତି ମାତ୍ର ପରେ ଜଣା ପଡିଥିଲା ରେ ଶିକ୍ଷକ ତାଙ୍କୁ ଏଭଳି କରିବା ଲାଗି ବାଧ୍ୟ କରିଛନ୍ତି । ରିପୋର୍ଟ ମୁତାବକ ଏହି ଶିକ୍ଷକ ଜଣକ ଛାତ୍ର ମାନଙ୍କୁ ସ୍କୁଲ ପରିସରରେ ଧୂମପାନ କରୁଥିବା ଦେଖିଥିଲେ ଏହିକାରଣରୁ ସ୍କୁଲ ରେ ସମସ୍ତଙ୍କ ସାମ୍ନାରେ ଧୁମପାନ କରାଇଥିଲେ ।

ଭିଡିଓର ଶିକ୍ଷକ ଏବଂ ଛାତ୍ରଙ୍କର ହସିବା ସ୍ୱର ଶୁଭୁଛି । ଏହିକାରଣରୁ ଏବେ ଉକ୍ତ ପିଲାଙ୍କ ଘରଲୋକ ଆବାଜ ଉଠାଇଥିଲେ, ଫଳରେ ପ୍ରିନ୍ସିପାଲ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏକ ପ୍ରେସ କନଫରେନ୍ସ ରଖିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More