Only for Entertainment

ନା ସଡ଼କ ନା ନଦୀ ବନ୍ଧ,ଏହିଭଳି ରାସ୍ତା ପାର ହୋଇ ସ୍କୁଲ ଯାଉଛନ୍ତି ପିଲା ।

punjab kesari
31

ଶିକ୍ଷା କ୍ଷେତ୍ରରେ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବା ପରେ ମଧ୍ୟ ସୁଧୁରିନାହିଁ ପିଲାଙ୍କ ସ୍ଥିତି । ଆଜି ମଧ୍ୟ କେତେକ ମୌଳିକ ସୁବିଧାରୁ ସେମାନେ ବଂଚିତ । କେତେକ ସ୍ଥାନରେ ଜୀବନକୁ ବାଜି ଲଗାଇ ପାଠ ପଢିବାକୁ ବାହାରିଛନ୍ତିି କୁନି କୁନି ପିଲା । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଆସାମର ଦଳଗାଁରେ । ଯେଉଁଠାରେ ପିଲାମାନେ ନଦୀ ପାର ହୋଇ ସ୍କୁଲ ଯାଉଛନ୍ତି,ତାହା ପୁଣି କଦଳୀ ଗଛ ଗଣ୍ଡି ସାହାଯ୍ୟରେ ।
ସେଠାରେ ମୌଳିକ ସୁବିଧା କାହିଁ କେତେ ଦୂରରେ । ଗାଁ ଲୋକଙ୍କ ଯିବା ଆସିବା ପାଇଁ ଏକ ମାଟି ସଡ଼କ ମଧ୍ୟ ନାହିଁ । ଏବେ ମଧ୍ୟ ଅନୁନ୍ନତ ଅବସ୍ଥାରେ ପଡ଼ିରହିଛି ଆସାମର ଦଳଗାଁ । ପିଲାମାନେ ସ୍କୁଲ ପାରି ହେଉଥିବା ସମୟର ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହା ଖୁବ ଭାଇରାଲ ହେଉଛି ।

ଏହା ପ୍ରଥମ ଥର ନୁହେଁ ଯେତେବେଳେ ଆସାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହା ପୂର୍ବରୁ ମଧ୍ୟ ଏହିଭଳି ଘଟଣା ସାମ୍ନାକୁ ଆସିଛି । କିନ୍ତୁ ସୁଧୁରିନାହିଁ ଅବସ୍ଥା । ଗତ କିଛି ଦିନ ପୂର୍ବରୁ ବିଶ୍ୱନାଥ ଜିଲ୍ଲାରେ ମଧ୍ୟ ଏହିଭଳି ଏକ ଘଟଣା ନଜରକୁ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More