Only for Entertainment

ବିଛା କାମୁଡ଼ାର ଶୀକାର ହୋଇଥିଲେ କିଭଳି ରକ୍ଷା ପାଇବେ?

animalsking.com
0 32

ପରିବେଶର ପରିସ୍ଥିତି ଭିନ୍ନ ଭିନ୍ନ ପ୍ରକାରର । ଯଦି ଏଠାରେ ମଣିଷ ବଂଚୁଛି ଜୀବଜନ୍ତୁ ମଧ୍ୟ ବଂଚୁଝନ୍ତି । । ପୃଥିବୀ ସମସ୍ତଙ୍କ ଘର । ତେବେ କେବେ କେବେ ମଣିଷ ପାଇଁ ଅନ୍ୟାନ୍ୟ ଜୀବଜନ୍ତୁ ଆଘାତ ପାଇଥାନ୍ତି ତ କେବେ କେବେ ଜୀବଜନ୍ତୁଙ୍କ ପାଇଁ ମଣିଷ ଆଘାତ ପାଇଥାଏ । ସାଧାରଣ କଥା ହେଉଛି ସାପ କାମୁଡ଼ିଥାଏ,ଏହା ସମସ୍ତେ ଜାଣନ୍ତି । କେବଳ ସେତିକି ନୁହେଁ ତାହାର ପ୍ରତିକାର ମଧ୍ୟ ସମସ୍ତେ ଜାଣିବାକୁ ଇଛା କରିଥାନ୍ତି । ଠିକ ସେହିପରି ଅନ୍ୟ କିଛି ହିଂସ୍ର ଜନ୍ତୁ ଅଛନ୍ତି ଯେଉଁମାନଙ୍କ ପାଇଁ ମଣିଷକୁ କ୍ଷତି ପହଂଚିଥାଏ । ଘରେ ହେଉ ବା ବାହାରେ ବିଛା ଦେଖିବାକୁ ମିଳିଥାଏ । କେବେ କେବେ ଏହି ବିଛା ରୁଟ କରି କାମୁଡ଼ିଦିଏ । ତେବେ ସମସ୍ତ ଜିନିଷର ଯେଉଁଭଳି ପ୍ରାଥମିକ ଚିକିତ୍ସା ରହିଛି ଏହାର ମଧ୍ୟ ରହିଛି । ତେବେ କିଭଳି ଆପଣ ବିଛା କାମୁଡ଼ିଥଲେ ନିଜକୁ ରକ୍ଷା କରିବେ ଆସନ୍ତୁ ଜାଣିବା ।

ଯଦି ଆପଣଙ୍କ କେହି ସଂପର୍କୀୟ ବିଛା କାମୁଡାର ଶିକାର ହେଉଛନ୍ତି ତେବେ ପ୍ରଥମେ ଏକ କପଡା ସାହଯ୍ୟରେ ବିଛା ବିନ୍ଧିଥିବା ସ୍ଥାନ ଉପରେ ଟାଇଟରେ ବାନ୍ଧି ନିଅନ୍ତୁ । ଏହାପରେ ଅପାମାର୍ଗ (ଚିଚଡି) ଚେରର ୨ ରୁ ୩ ଚାମଚ ରସକୁ ଉକ୍ତ ସ୍ଥାନରେ ପକାଇବା ଏବଂ ଉକ୍ତ ବ୍ୟକ୍ତିଙ୍କୁ ପିଇବାକୁ ଦେବା ଦ୍ୱାରା ଜ୍ୱଳନ କମ୍ ହୋଇଥାଏ । ତେବେ ଏହି ପତ୍ର ମିଳିବାରେ ଯଦି କଷ୍ଟ ହୁଏ ତେବେ କିଛି ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ଆପଣ ଏହାର ପ୍ରାଥମିକ ଚିକିତ୍ସା କରିପାରିବେ । ତେବେ ଏଥିପାଇଁ ତେନ୍ତୁଳି ମଞ୍ଜି ରାମବାଣ ଭଳି କାମ କରିଥାଏ । ତେନ୍ତୁଳି ମଞ୍ଜିକୁ ଏକ ଖଦଡିଆ ପଥରରେ ଅଳ୍ପ ପାଣି ମିଶାଇ ରଗଡନ୍ତୁ । ଏଥିରୁ ବାହାରୁଥିବା ଲେପକୁ ବିଛା ବିନ୍ଧିଥିବା ସ୍ଥାନରେ ଲଗାନ୍ତୁ ।

ଅନ୍ୟ ଏକ ସରଳ ମାର୍ଗ ହେଉଛି ପୋଟାସିୟମ୍ ପରମ୍ୟାଗନେଟ୍ ଏବଂ ଲେମ୍ବୁ ଫୁଲ (ସାଇଟ୍ରିକ୍ ଏସିଡ୍)ର ମିଶ୍ରଣ । ଏହି ଦୁଇଟି ପଦାର୍ଥକୁ ଭଲ ଭାବରେ ବାଟି ଅଲଗା ବୋତଲରେ ରଖିଦିଅନ୍ତୁ । ବର୍ତ୍ତମାନ ଯେଉଁସ୍ଥାନରେ ବିଛା ବିନ୍ଧିଛି ସେଠାରେ ଅଳ୍ପ ପୋଟାସିୟମ୍ ପରମ୍ୟାଗନେଟ୍ ପାଉଡର୍ ଏବଂ ଲେମ୍ବୁ ଫୁଲ (ସାଇଟ୍ରିକ୍ ଏସିଡ୍) ପାଉଡର୍ ପକାଇ ଅଳ୍ପ ପାଣି ପକାନ୍ତୁ,ଉପସମ ମିଳିବ ।

• ବିଛା ବିନ୍ଧିବାର କିଛି ସମୟ ପରେ ସେହି ସ୍ଥାନକୁ ନିଆଁ ସାହାଯ୍ୟରେ ସେକି ନିଅନ୍ତୁ ଏହାଦ୍ୱାରା ଖୁବ୍ ଶୀଘ୍ର ବିନ୍ଧାରୁ ମୁକ୍ତି ମିଳିବ ଏବଂ କିଛି ମାତ୍ରାରେ ବିଷ ମଧ୍ୟ କମିଯିବ ।

• ସନ୍ଧବ ଲୁଣକୁ ଗୁଣ୍ଡ କରି ଏଥିରେ ପିଆଜକୁ ବାଟି ବିନ୍ଧା ସ୍ଥାନରେ ପକାନ୍ତୁ ଖୁବ୍ ଶୀଘ୍ର ଉପସମ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More