Only for Entertainment

ଫିଲ୍ମ ‘ଅବତକ ଛପନ’ର ସହଯୋଗୀ ନିର୍ଦ୍ଦେଶକ କଲେ ଆତ୍ମହତ୍ୟା

DNA India
0 28

ଫିଲ୍ମ ‘ଅବତକ ଛପନ’ର ସହଯୋଗୀ ନିର୍ଦ୍ଦେଶକ ଓ ବୃତ୍ତିରେ ସ୍କ୍ରିପ୍ଟ ରାଇଟର ରବିଶଙ୍କର ଆଲୋକ ବୁଧବାର ଏକ ବଡ଼ କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । କୁହାଯାଉଛି ଯେ, ରବିଶଙ୍କରଙ୍କ ପାଖରେ ଗୋଟିଏ ବର୍ଷ ହେବ କିଛି କାମ ନଥିଲା । ସେ ଭଡ଼ା ଘରେ ରହୁଥିଲେ । ତାଙ୍କର ଭାଇ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ରବିଶଙ୍କର ମାନସିକ ଚାପରେ ଥିଲେ । ବୁଧବାର ଏକ କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ପାଖରୁ ସୁସାଇଡ ନୋଟ ମିଳି ନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

ଫିଲ୍ମ ‘ଅବତକ ଛପନ’ ୨୦୦୪ରେ ଆସିଥିଲା । ଏହି ଫିଲ୍ମରେ ରବିଶଙ୍କର ନିର୍ଦ୍ଦେଶକ ଶିମିିତ ଅମିନଙ୍କ ସହିତ ସହଯୋଗୀ ନିର୍ଦ୍ଦେଶକ କାମ କରିଥିଲେ । ଏହି ଫିଲ୍ମ ଦର୍ଶକଙ୍କ ନିକଟରେ ଲୋକପ୍ରିୟ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More