Only for Entertainment

‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ର ଦ୍ୱିତୀୟ ଗୀତ ରିଲିଜ, ତାରା- ଅନନ୍ୟାଙ୍କ ସହିତ ଠୁମକା ଲଗାଉଥିବାର ନଜର ଆସିଲେ ଟାଇଗର

Justdial
41

ବଲିଉଡ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ର ଦ୍ୱିତୀୟ ଗୀତ ରିଲିଜ ହୋଇ ସାରିଛି । ଏହି ଗୀତର ଟାଇଟେଲ ରହିଛି ‘ମୁମ୍ବାଇ ଦିଲ୍ଲୀ ଦି କୁଡିୟାଁ’ । ଗୀତରେ ଟାଇଗର ଶ୍ରଫ, ଅନନ୍ୟା ପାଣ୍ଡେ ଏବଂ ତାରା ସୁତାରିଆଙ୍କ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଗୀତରେ ଏହି ୩ ଷ୍ଟାର ଜବରଦସ୍ତ ଠୁମକା ଲଗାଉଥିବାର ନଜର ଆସିଛନ୍ତି ।

ଗୀତରେ ଏହି ୩ ଷ୍ଟାର ଟ୍ରାଡିସନାଲ ଲୁକରେ ନଜର ଆସିଛନ୍ତି । ଏହି ଗୀତକୁ ଭିଶାଲ-ଶେଖର କମ୍ପୋଜ କରିଥିବା ବେଳେ ଗୀତରେ ଭଏସ ଦେଇଛନ୍ତି ଦେବ ନେଗି, ପାୟଲ ଦେବ ଏବଂ ଭିସାଲ ଦଦଲାନି । ଏହି ଗୀତରେ କୋରିଓଗ୍ରାଫି କରିଛନ୍ତି ରେମା ଡିସୁଜା ।

କହିରଖୁଛୁ ଯେ, ଏହି ଫିଲ୍ମ ଜରିଆରେ ଅନନ୍ୟା ପାଣ୍ଡେ ଏବଂ ତାରା ସୁତାରିଆ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଧର୍ମା ପ୍ରଡକ୍ସନର ଏହି ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ର ସିକ୍ୱଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More